୫ ଦିନ ହେଲା ରାସ୍ତା ଅବରୋଧ କରିଛି କ୍ରେନ୍‌, ଯାତାୟାତ ବାଧାପ୍ରାପ୍ତ

ବଡବିଲ, ୧୦।୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ସହର ମୁଖ୍ୟ ପ୍ରବେଶ ପଥର ଅନତି ଦୂରରେ ଏକ କ୍ରେନ ରାସ୍ତାକୁ ୫ ଦିନ ହେଲା ଅବରୋଧ କରି ରହିଛି। ହେଲେ ପରିବହନ ବିଭାଗ କିମ୍ବା ପୋଲିସ ପ୍ରଶାସନ ଉକ୍ତ କ୍ରେନ୍‌କୁ ହଟାଇବାରେ ଅକ୍ଷମତା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ଏଚ୦୧ ଡି ଏକ୍ସ ୩୬୧୩ ନମ୍ବର ବିଶିଷ୍ଟ ଏକ କ୍ରେନ୍‌ ୧୦ ନମ୍ବର ରାଜ୍ୟ ରାଜପଥ (ଭଦ୍ରାସାହି-ବଡବିଲ-ନାଲଦା)ର ବ୍ୟସ୍ତବହୁଳ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଦୀର୍ଘ ୫ ଦିନ ହେଲା ରାସ୍ତା ଉପରେ ଛିଡା ହୋଇ ରାସ୍ତା ଅବରୋଧ କରିଛି। ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜି ରାସ୍ତାଜାମର କାରଣ ପାଲଟିଛି। ଏ ନେଇ ବଡବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ଗା ପ୍ରସାଦ ରାଓଙ୍କୁ ପଚାରିବାରୁ ସେ କୁହିଛନ୍ତି, କ୍ରେନ୍‌ ହଟାଇବା ଲାଗି ସମ୍ପୃକ୍ତ କ୍ରେନ୍‌ ମାଲିକଙ୍କୁ କୁହାଯାଇଛି ହେଲେ ସେ ହଟାଇନାହାନ୍ତି। ସେହିଭଳି ବଡବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲିଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ ଭାବେ କହିଛନ୍ତି, ବାରମ୍ବାର କ୍ରେନ୍‌ ହଟାଇବା ଲାଗି କ୍ରେନ୍‌ ମାଲିକଙ୍କୁ କୁହାଯାଇଛି, ହେଲେ ସେ ହଟାଇ ନାହାନ୍ତି। ଅନ୍ୟ କୌଣସି କ୍ରେନ୍‌ ଯୋଗେ ତାହା ହଟାଇବା ସମ୍ଭବ ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri