ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି। ପରବର୍ତ୍ତୀ ସମୟରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ସହରରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ନୂଆବସ୍‌ଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ଛକ ପର୍ଯ୍ୟନ୍ତ ଗତବର୍ଷ ଆର ଆଣ୍ଡ ବି ପକ୍ଷରୁ ରାସ୍ତା ମରାମତି କରାଯାଇଥିଲା। ତେବେ ନିମ୍ନମାନର କାମ ଯୋଗୁ ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ, ଘରୋଇ ବସ୍‌ ଯାତାୟାତ କରୁଛି। ଜାତୀୟ ରାଜପଥ ନଂ. ୫୭କୁ ସଂଯୋଗ କରୁଥିବାରୁ ମାଲବାହୀ ଟ୍ରକ୍‌, ଯାତ୍ରୀବାହୀ ବସ୍‌ ଯାତାୟାତ କରିଥାଏ। ତେବେ ଏହି ରାସ୍ତାର ମରାମତି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ପିସିସି ସଭ୍ୟ ଶିଶିର ପରିଡା କହିଛନ୍ତି। ସେହିପରି ନୂଆବସ୍‌ଷ୍ଟାଣ୍ଡଠାରୁ ପଲ୍ଲା ଛକ ମଧ୍ୟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସପ୍ତାହକ ମଧ୍ୟରେ ଏହି ଗର୍ତ୍ତରେ ପଡି ଅନେକେ ଆହତ ହୋଇଛନ୍ତି। ବର୍ଷା ଯୋଗୁ ପାଣି ଭର୍ତ୍ତି ହୋଇ ରହୁଥିବାରୁ ବାଇକ୍‌ ଚାଳକମାନେ ଜାଣି ନ ପାରି ଖାଲରେ ପଡି ଆହତ ହେଉଛନ୍ତି। ଦଳେଇପୁଟର ବ୍ୟବସାୟୀ ମୀନକେତନ ସୁବୁଦ୍ଧି ବୁଧବାର ବାଇକ୍‌ରେ ଆସୁଥିବା ବେଳେ ଖାଲରେ ପଡି ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକେ ପ୍ରଥମେ ଏହାର ଚାରିପଟେ ଟାୟାର ପରେ ମାଟି ପକାଇଥିଲେ। ବର୍ଷାରେ ଧୋଇଯିବା ପରେ ବଡ ପଥର ଥୋଇ ଗାତକୁ ବନ୍ଦ କରିଛନ୍ତି। ସେହିପରି ସହରରେ ଅନେକ ସାହି ଗଳିକନ୍ଦିରେ ସୃଷ୍ଟି ହୋଇଥିବା ଖାଲଗୁଡିକୁ ମରାମତି କରାଯାଉନାହିଁ। ଫଳରେ ବର୍ଷାଦିନେ ଅନେକ ଦୁର୍ଘଟଣା ଘଟୁଥିବା ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ କହିଛନ୍ତି। ସେହିପରି ଟିଏଲ୍‌ସି ରୋଡଠାରୁ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଖାଲଖମା ରହିଛି। ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ମେଡିକାଲ ପଛପଟ ସମ୍ମୁଖ ରାସ୍ତା ଖାଲଖମାରେ ପରିଣତ ହୋଇଛି। ଏହି ରାସ୍ତା ଦେଇ ଦୈନିକ ଆମ୍ବୁଲାନ୍ସ, ରୋଗୀମାନେ ଯାତାୟାତ କରୁଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ସତ୍ତ୍ୱେ ଏହାର ମରାମତି ପ୍ରତି ଗୁରତ୍ୱ ଦିଆଯାଉନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ସହରର ବିଭିନ୍ନ ସ୍ଥାନରେ ଥିବା ଖାଲଖମା ମରାମତି ଲାଗି ଗୁରୁତ୍ୱ ଦିଆଯାଉଛି। ଏବେ ବର୍ଷାଦିନ ରହିଛି। ବର୍ଷା ଋତୁ ଯିବା ପରେ ଏଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri