Categories: ଜାତୀୟ

ଏମଭିଏରେ ଫାଟ !…

ମୁମ୍ବାଇ, ୧୨।୭ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ବିଧାୟକ ଦଳର ସମର୍ଥିତ ନେତା ଏକନାଥ ଶିନ୍ଦେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ଦଳ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ଶିନ୍ଦେ କହିଛନ୍ତି। ସେ କହିଛନ୍ତି ଯେ ଆମର ସମସ୍ତ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ମୁର୍ମୁଙ୍କୁ ଭୋଟ ଦେବେ।

ଏକନାଥଙ୍କ ଘୋଷଣା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ଉଦ୍ଧବଙ୍କ ଏହି ଘୋଷଣା ପରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି ଯେ ମହା ବିକାଶ ଆଘାଡି(ଏମଭିଏ) ମିଳିତ ମେଣ୍ଟରେ ସବୁ ଠିକ ଚାଲିନି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କ୍ଷମତାରୁ ହଟିବା ପରେ ଶିବସେନା ଏହାର ଏମ୍‌ ପି ତଥା ବିଧାୟକମାନଙ୍କୁ ଏକଜୁଟ କରି ରଖିବାକୁ ଚେଷ୍ଟା କରୁଛି। ବାସ୍ତବରେ, ଏକନାଥ ଶିନ୍ଦେଙ୍କ ଦ୍ୱାରା ବିଧାୟକଙ୍କ ମଧ୍ୟରେ ବିଦ୍ରୋହ ପରେ ଏହା ସ୍ପଷ୍ଟ ଯେ ଶିବସେନା ନେତୃତ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିବାକୁ ଉଦ୍ଧବଙ୍କ ନିଷ୍ପତ୍ତି ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଉଦ୍ଧବ ଠାକରେଙ୍କ ପକ୍ଷରୁ ଡକାଯାଇଥିବା ବୈଠକରେ ୧୯ ଶିବସେନା ଏମ୍‌ପିଙ୍କ ମଧ୍ୟରୁ ୧୧ ଜଣ ଯୋଗ ଦେଇଥିଲେ। ଏହି ସଭାରେ ଉପସ୍ଥିତ ଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ। ସେମାନେ ଚାହୁଁଛନ୍ତି ଯେ ସାଧାରଣ ବିରୋଧୀ ପ୍ରାର୍ଥୀଙ୍କୁ ଶିବସେନା ସମର୍ଥନ କରୁ। କିଛି ଏମ୍‌ପି ଏଥିରେ ସହମତ ହୋଇ ନଥିଲେ। ସେ କହିଥିଲେ ଯେ ଆମେ ଦ୍ରୌପଦୀଙ୍କୁ ସମର୍ଥନ କରିବା ଉଚିତ। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେମାନେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ନିବେଦନ କରିଥିଲେ। ଏହା ପରେ ଉଦ୍ଧବ ଦ୍ରୌପଦୀଙ୍କ ସମର୍ଥନ କରିବାକୁ ଘୋଷଣା କରିଥିବା ଚର୍ଚ୍ଚା ହେଉଛି।

Share