କିଚକେଶ୍ୱରୀ ମନ୍ଦିରରେ ଫାଟ

କରଞ୍ଜିଆ,୨୫।୯- ମୟୂରଭଞ୍ଜ ଜିଲାର ସର୍ବ ପୁରାତନ ଖିଚିଂସ୍ଥିତ କିଚକେଶ୍ୱରୀ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ମା’ଙ୍କ ମନ୍ଦିର ଚଟାଣରେ ପାଣି ଝରି ପଡ଼ୁଛି। ପାଣି ଝରୁଥିବା ସ୍ଥାନରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି। ଫଳରେ କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିର ପ୍ରତି ବିପଦ ଦେଖାଦେଇଛି। କିଛି ଦିନ ପୂର୍ବେ ଏହି ମନ୍ଦିର ପରିସରରେ ଥିବା କୁଟେଇ ତୁଣ୍ଡି ଏବଂ ଚନ୍ଦ୍ରଶେଖର ମନ୍ଦିର ମରାମତି ପ୍ରତ୍ନତତ୍ତ୍ୱ ବିଭାଗ କରିଥିଲେ ମଧ୍ୟ ଏହି ଦୁଇ ମନ୍ଦିରରୁ ପାଣି ଗଳିବା ବନ୍ଦ ହେଉ ନାହିଁ। ଚନ୍ଦ୍ରଶେଖର ମନ୍ଦିରରେ ପାଣି ଝରୁଥିବାରୁ ଭିତରେ ବସି ପୂଜାର୍ଚ୍ଚନା କରିବା ସମ୍ଭବ ହେଉ ନ ଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ଏହି ମନ୍ଦିରର ପୁନଃ ମରାମତି ଯଥାଶୀଘ୍ର କରାଯିବା ଦରକାର ବୋଲି ପୂଜକ ସୁବାଷ ପାଣିଗ୍ରାହୀ କହିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପୂଜକ ଦିଲ୍ଲୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅଭିଜ୍ଞ କାରିଗରଙ୍କ ଦ୍ୱାରା ପୁନର୍ବାର ମନ୍ଦିର ମରାମତି କରିବା ଜରୁରୀ ହୋଇପଡ଼ିଛି। ଏସଂକ୍ରାନ୍ତରେ କରଞ୍ଜିଆ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଡ. ରଜନୀକାନ୍ତ ବିଶ୍ୱାଳଙ୍କୁ ପଚାରିବାରୁ ଖୁବ ଶୀଘ୍ର ଦେବୋତ୍ତର ଏବଂ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିଠି ଲେଖି ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri