ତେଲେଙ୍ଗିରି ଜଳଭଣ୍ଡାରରେ ଫାଟ:ଲିକ୍‌ ହେଉଛି ପାଣି, ଫସଲ ପ୍ରଭାବିତ ହେବା ଆଶଙ୍କା

ଜୟପୁର/ବୋରିଗୁମ୍ମା, ୧୫।୧୧(ପବନ ପାଣିଗ୍ରାହୀ/ବିଜୟ ସାହୁ):କୋରାପୁଟ ଜିଲାରେ ଜଳସେଚନ ଲକ୍ଷ୍ୟ ନେଇ ଇନ୍ଦ୍ରାବତୀର ଉପନଦୀ ତେଲେଙ୍ଗିରିକୁ ନେଇ ଜୟପୁର ବ୍ଲକ ରାଣୀଗଡ଼ରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨ ବର୍ଷରେ କାମ ସାରିବାକୁ ୨୦୦ କୋଟି ଟଙ୍କା ବ୍ୟୟବରାଦ ରହିଥିଲା। କିନ୍ତୁ ଏହି କାମ ପ୍ରାୟ ୧୫ ବର୍ଷ ଚାଲିଥିଲା। ୨୦୧୯ରେ ଉଦ୍‌ଘାଟନ ବେଳକୁ ବଜେଟ୍‌ ପ୍ରାୟ ୧ ହଜାର କୋଟି ଟଙ୍କାରେ ପହଞ୍ଚତ୍ ଥିଲା। ଡ୍ୟାମ୍‌ ନିର୍ମାଣ ହେବା ପରେ ୯୯୫୨ ହେକ୍ଟର ଜମିକୁ ଜଳସେଚନ କରୁଛି। ସେଥିରୁ ଜୟପୁର ବ୍ଲକର ୬୦୦ ହେକ୍ଟର ଏବଂ ବାକି ବୋରିଗୁମ୍ମା ବ୍ଲକ ଚାଷଜମିକୁ ଜଳସେଚନ ହେଉଛି। ଜଳଭଣ୍ଡାରର ମୋଟ ୩ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ଏବେକାର ସ୍ଥିତିକୁ ଦେଖି ସ୍ଥାନୀୟ ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଭୋଟ ରାଜନୀତି ପାଇଁ ନିମ୍ନମାନର ନିର୍ମାଣ ହୋଇଥିବା ଡ୍ୟାମ୍‌କୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା। ରାଜନୈତିକ ସ୍ବାର୍ଥ ହାସଲ ହେଲା ସତ, କିନ୍ତୁ ଚାଷୀକୁଳ ନିରାଶ ହେଲା। ଏହି ଡ୍ୟାମ୍‌ ଯୋଗୁ ଉପରମୁଣ୍ଡର ଚାଷୀଙ୍କୁ ସୁବିଧା ହୋଇଥିବାବେଳେ ତଳମୁଣ୍ଡର ଚାଷୀଙ୍କ ଜମିକୁ ପାଣି ମିଳିଲା ନାହିଁ। ବର୍ତ୍ତମାନ ସମୟରେ ଏହି ଡ୍ୟାମ୍‌ ଲୋକଙ୍କ ପାଇଁ ବରଦାନଠାରୁ ଅଧିକ ଅଭିଶାପ ପାଲଟିଯାଇଛି। ନିମ୍ନମାନର କାମ ଲାଗି ଏବେ ଡ୍ୟାମ୍‌ ଫାଟିଥିବା ଚାଷୀଙ୍କ ସହ ସ୍ଥାନୀୟ ବାସିନ୍ଦା କହିଛନ୍ତି। ରାଣୀଗଡ଼ର ପୂର୍ବତନ ସରପଞ୍ଚ ଭାଗୀରଥି ନାୟକ କହିଛନ୍ତି, ଡ୍ୟାମ୍‌ ନିର୍ମାଣ କାମ ନିମ୍ନମାନର ହୋଇଥିଲା। ଡ୍ୟାମ୍‌ରେ ଫାଟ ହେବ ବୋଲି ପୂର୍ବରୁ ଆଶଙ୍କା କରୁଥିଲୁ। ଡ୍ୟାମ୍‌ରୁ ପାଣି ନିଷ୍କାସନ ହେଉଥିବାରୁ ଫସଲ ପ୍ରଭାବିତ ହେବ। ଚାଷୀକୁଳ ହତାଶ ହେବେ। ସେହିଭଳି ରାଣୀଗଡ଼ ବାସିନ୍ଦା ପଦଲାମ ହରିଜନ କହିଛନ୍ତି, ବୁଧବାର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ସତ୍କାର ପାଇଁ ନେଇ ଯାଉଥିବାବେଳେ ହଠାତ୍‌ ପାଣି ଆସିଯାଇଥିଲା। ପାଣିର ବେଗ ଏତେ ପ୍ରଖର ଥିଲା ଯେ ଏଥିରେ ମୃତଦେହ ଭାସିଯାଇଥିଲା।
ଘଟଣା ସମ୍ପର୍କରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନଙ୍କୁ ପଚାରିବାରୁ ଡ୍ୟାମ୍‌ର ୩ଟି ଗେଟ୍‌ ଅଛି । ପ୍ରଥମ ଗେଟ୍‌ରେ ଏପରି ସମସ୍ୟା ଦେଖାଯାଇଛି। ଏହାର ତଦନ୍ତ ଚାଲିଛି। ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ବିଶାଖାପାଟଣାରୁ ଆସି ପହଞ୍ଚତ୍ବେ। ଏହାପରେ ଡ୍ୟାମ୍‌ର ମରାମତି ସମ୍ପର୍କରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏହିଭଳି ବୟାନ ପରେ ସେମାନଙ୍କ ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି। ଓସିସି ବୈଷୟିକ ଟିମ୍‌ର କାହ୍ନୁଚରଣ ପାଢ଼ୀଙ୍କୁ ଡକାଇ ବିଭାଗୀୟ ଅଧିକାରୀ ଆଲୋଚନା କରିଛନ୍ତି। ଶୁକ୍ରବାର ସକାଳୁ ସ୍ବତନ୍ତ୍ର ଟିମ୍‌ ପହଞ୍ଚତ୍ବା ପରେ ପାଣି ଉପରଭାଗରୁ ଲିକେଜ୍‌କୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି କାହ୍ନୁଚରଣ କହିଛନ୍ତି। ଏକ ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଡ୍ୟାମ୍‌ ନିର୍ମାଣ ପରେ ସ୍ଲୁଇସ୍‌ ଗେଟ୍‌କୁ ବନ୍ଦ କରିବା କଥା, ଯାହାକୁ ବିଭାଗୀୟ ଅଧିକାରୀ ବନ୍ଦ କରିବାକୁ ଭୁଲିଯାଇଥିଲେ। ବର୍ତ୍ତମାନ ସେହି ଗେଟ୍‌ ବିପଦ ସାଜିଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୩ କ୍ୟୁସେକ ମିଟର। ଏବେ ୬୩୧ କ୍ୟୁସେକ୍‌ ମିଟର ରହିଛି। ବର୍ତ୍ତମାନ ଘଣ୍ଟା ପ୍ରତି ୨୦ କ୍ୟୁସେକ ମିଟର ପାଣି ନିଷ୍କାସନ ହେଉଥିବାବେଳେ ବିଭାଗୀୟ ଅଧିକାରୀ ଏହା ବିପଦପୂର୍ଣ୍ଣ ନୁହେଁ ବୋଲି କହୁଛନ୍ତି। ଡ୍ୟାମ୍‌ ସ୍ଥିତି ଯାହା ଅଛି, ତାକୁ ଦେଖିଲେ ଅନୁମାନ କରାଯାଇପାରିବ ଯେ ଯଦି ଆଗକୁ ଏହି ପାଣି ନିଷ୍କାସନ ମାତ୍ରା ବଢ଼ିବ, ତେବେ ଏହା ଡ୍ୟାମ୍‌କୁ କ୍ଷତି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri