ତେଲେଙ୍ଗିରି ଜଳଭଣ୍ଡାରରେ ଫାଟ:ଲିକ୍‌ ହେଉଛି ପାଣି, ଫସଲ ପ୍ରଭାବିତ ହେବା ଆଶଙ୍କା

ଜୟପୁର/ବୋରିଗୁମ୍ମା, ୧୫।୧୧(ପବନ ପାଣିଗ୍ରାହୀ/ବିଜୟ ସାହୁ):କୋରାପୁଟ ଜିଲାରେ ଜଳସେଚନ ଲକ୍ଷ୍ୟ ନେଇ ଇନ୍ଦ୍ରାବତୀର ଉପନଦୀ ତେଲେଙ୍ଗିରିକୁ ନେଇ ଜୟପୁର ବ୍ଲକ ରାଣୀଗଡ଼ରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨ ବର୍ଷରେ କାମ ସାରିବାକୁ ୨୦୦ କୋଟି ଟଙ୍କା ବ୍ୟୟବରାଦ ରହିଥିଲା। କିନ୍ତୁ ଏହି କାମ ପ୍ରାୟ ୧୫ ବର୍ଷ ଚାଲିଥିଲା। ୨୦୧୯ରେ ଉଦ୍‌ଘାଟନ ବେଳକୁ ବଜେଟ୍‌ ପ୍ରାୟ ୧ ହଜାର କୋଟି ଟଙ୍କାରେ ପହଞ୍ଚତ୍ ଥିଲା। ଡ୍ୟାମ୍‌ ନିର୍ମାଣ ହେବା ପରେ ୯୯୫୨ ହେକ୍ଟର ଜମିକୁ ଜଳସେଚନ କରୁଛି। ସେଥିରୁ ଜୟପୁର ବ୍ଲକର ୬୦୦ ହେକ୍ଟର ଏବଂ ବାକି ବୋରିଗୁମ୍ମା ବ୍ଲକ ଚାଷଜମିକୁ ଜଳସେଚନ ହେଉଛି। ଜଳଭଣ୍ଡାରର ମୋଟ ୩ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ଏବେକାର ସ୍ଥିତିକୁ ଦେଖି ସ୍ଥାନୀୟ ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଭୋଟ ରାଜନୀତି ପାଇଁ ନିମ୍ନମାନର ନିର୍ମାଣ ହୋଇଥିବା ଡ୍ୟାମ୍‌କୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା। ରାଜନୈତିକ ସ୍ବାର୍ଥ ହାସଲ ହେଲା ସତ, କିନ୍ତୁ ଚାଷୀକୁଳ ନିରାଶ ହେଲା। ଏହି ଡ୍ୟାମ୍‌ ଯୋଗୁ ଉପରମୁଣ୍ଡର ଚାଷୀଙ୍କୁ ସୁବିଧା ହୋଇଥିବାବେଳେ ତଳମୁଣ୍ଡର ଚାଷୀଙ୍କ ଜମିକୁ ପାଣି ମିଳିଲା ନାହିଁ। ବର୍ତ୍ତମାନ ସମୟରେ ଏହି ଡ୍ୟାମ୍‌ ଲୋକଙ୍କ ପାଇଁ ବରଦାନଠାରୁ ଅଧିକ ଅଭିଶାପ ପାଲଟିଯାଇଛି। ନିମ୍ନମାନର କାମ ଲାଗି ଏବେ ଡ୍ୟାମ୍‌ ଫାଟିଥିବା ଚାଷୀଙ୍କ ସହ ସ୍ଥାନୀୟ ବାସିନ୍ଦା କହିଛନ୍ତି। ରାଣୀଗଡ଼ର ପୂର୍ବତନ ସରପଞ୍ଚ ଭାଗୀରଥି ନାୟକ କହିଛନ୍ତି, ଡ୍ୟାମ୍‌ ନିର୍ମାଣ କାମ ନିମ୍ନମାନର ହୋଇଥିଲା। ଡ୍ୟାମ୍‌ରେ ଫାଟ ହେବ ବୋଲି ପୂର୍ବରୁ ଆଶଙ୍କା କରୁଥିଲୁ। ଡ୍ୟାମ୍‌ରୁ ପାଣି ନିଷ୍କାସନ ହେଉଥିବାରୁ ଫସଲ ପ୍ରଭାବିତ ହେବ। ଚାଷୀକୁଳ ହତାଶ ହେବେ। ସେହିଭଳି ରାଣୀଗଡ଼ ବାସିନ୍ଦା ପଦଲାମ ହରିଜନ କହିଛନ୍ତି, ବୁଧବାର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ସତ୍କାର ପାଇଁ ନେଇ ଯାଉଥିବାବେଳେ ହଠାତ୍‌ ପାଣି ଆସିଯାଇଥିଲା। ପାଣିର ବେଗ ଏତେ ପ୍ରଖର ଥିଲା ଯେ ଏଥିରେ ମୃତଦେହ ଭାସିଯାଇଥିଲା।
ଘଟଣା ସମ୍ପର୍କରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନଙ୍କୁ ପଚାରିବାରୁ ଡ୍ୟାମ୍‌ର ୩ଟି ଗେଟ୍‌ ଅଛି । ପ୍ରଥମ ଗେଟ୍‌ରେ ଏପରି ସମସ୍ୟା ଦେଖାଯାଇଛି। ଏହାର ତଦନ୍ତ ଚାଲିଛି। ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ବିଶାଖାପାଟଣାରୁ ଆସି ପହଞ୍ଚତ୍ବେ। ଏହାପରେ ଡ୍ୟାମ୍‌ର ମରାମତି ସମ୍ପର୍କରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏହିଭଳି ବୟାନ ପରେ ସେମାନଙ୍କ ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି। ଓସିସି ବୈଷୟିକ ଟିମ୍‌ର କାହ୍ନୁଚରଣ ପାଢ଼ୀଙ୍କୁ ଡକାଇ ବିଭାଗୀୟ ଅଧିକାରୀ ଆଲୋଚନା କରିଛନ୍ତି। ଶୁକ୍ରବାର ସକାଳୁ ସ୍ବତନ୍ତ୍ର ଟିମ୍‌ ପହଞ୍ଚତ୍ବା ପରେ ପାଣି ଉପରଭାଗରୁ ଲିକେଜ୍‌କୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି କାହ୍ନୁଚରଣ କହିଛନ୍ତି। ଏକ ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଡ୍ୟାମ୍‌ ନିର୍ମାଣ ପରେ ସ୍ଲୁଇସ୍‌ ଗେଟ୍‌କୁ ବନ୍ଦ କରିବା କଥା, ଯାହାକୁ ବିଭାଗୀୟ ଅଧିକାରୀ ବନ୍ଦ କରିବାକୁ ଭୁଲିଯାଇଥିଲେ। ବର୍ତ୍ତମାନ ସେହି ଗେଟ୍‌ ବିପଦ ସାଜିଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୩ କ୍ୟୁସେକ ମିଟର। ଏବେ ୬୩୧ କ୍ୟୁସେକ୍‌ ମିଟର ରହିଛି। ବର୍ତ୍ତମାନ ଘଣ୍ଟା ପ୍ରତି ୨୦ କ୍ୟୁସେକ ମିଟର ପାଣି ନିଷ୍କାସନ ହେଉଥିବାବେଳେ ବିଭାଗୀୟ ଅଧିକାରୀ ଏହା ବିପଦପୂର୍ଣ୍ଣ ନୁହେଁ ବୋଲି କହୁଛନ୍ତି। ଡ୍ୟାମ୍‌ ସ୍ଥିତି ଯାହା ଅଛି, ତାକୁ ଦେଖିଲେ ଅନୁମାନ କରାଯାଇପାରିବ ଯେ ଯଦି ଆଗକୁ ଏହି ପାଣି ନିଷ୍କାସନ ମାତ୍ରା ବଢ଼ିବ, ତେବେ ଏହା ଡ୍ୟାମ୍‌କୁ କ୍ଷତି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri