Categories: ଜାତୀୟ

ଜନସଂଖ୍ୟା ଆଇନ ନେଇ ଏନ୍‌ଡିଏରେ ଫାଟ…

ପାଟନା,୧୩।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଜାରି କରାଯାଇଥିବା ଜନସଂଖ୍ୟା ଆଇନକୁ ନେଇ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ବିହାରରେ ମୁଖ୍ୟମନ୍ତ୍ରୀ ଜେଡ଼ିୟୁ ପ୍ରମୁଖ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀ ମୁହାଁମୁହିଁ ହୋଇଛନ୍ତି। ନୀତୀଶ ଏକ କାର୍ଯ୍ୟକ୍ରମରେ ଯୋଗୀଙ୍କ ନାମ ନ ନେଇ କହିଛନ୍ତି ଯେ, କେବଳ ଆଇନ କରିଦେଲେ ହେବ ନାହିଁ। ଏନେଇ ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ତେବେ ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପା ସଦସ୍ୟା ରେଣୁ ଦେବୀ ଏହାକୁ ବିରୋଧ କରି କହିଛନ୍ତି ଯେ, ମହିଳା ନୁହେଁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଭେଦଭାବ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share