ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଫାଟ

ଯାଜପୁର ଅଫିସ,୨୭ା୫: ରାଜ୍ୟରେ ମେଗା ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହେଉଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ପାଇପ ବିଛା କାର୍ଯ୍ୟରେ ବିଭାଗୀୟ ଯୋଜନା ଅନୁସାରେ ସମ୍ପାଦନ କରାଯାଉନାହିଁ। ଅଣଓଡ଼ିଆ ଠିକାସଂସ୍ଥାକୁ ଏହି ଦାୟିତ୍ୱ ଦେଇ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଅଡୁଆରେ ପଡ଼ିଛି। ଏହି କ୍ରମରେ ଏଲ୍‌ ଆଣ୍ଡ ଟି କନ୍‌ଷ୍ଟ୍ରକ୍ସନ ଏବଂ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଃ ଠିକାସଂସ୍ଥାକୁ ବିଭାଗୀୟ ତାଗିଦ୍‌ କରାଯାଇଥିବା ସୂଚନା ମିଳିଛି।
ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ଟି ମେଗା ପାଇପ ଜଳ ଯୋଗାଣ(ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ୬ଟି ଯୋଜନାରେ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୮ଟି ପ୍ରକଳ୍ପ ରହିଛି। ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହି କ୍ରମରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୂରୀଭୂତ କରିବ ବୋଲି ସରକାର ଆଶା ବାନ୍ଧିଛନ୍ତି। ତେବେ କେତେକ ପ୍ରକଳ୍ପ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିରୀକ୍ଷଣରେ ୨୦୧୬ରୁ ରାଜ୍ୟ ବାହାରର ଠିକାସଂସ୍ଥାମାନଙ୍କ ସହ ଚୁକ୍ତି ହୋଇଥିଲେ ହେଁ ତାହା ଏଯାଏ ଲୋକଙ୍କ କାମରେ ଆସିପାରିନାହିଁ। ଅନ୍ୟପକ୍ଷେ ପୂର୍ବରୁ କେତେକ ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ଚିହ୍ନଟ ହୋଇ ସାରିଛି। କେତେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଥିଲେ ହେଁ ନିର୍ଦ୍ଧାରିତ ଗ୍ରାମକୁ ପାନୀୟ ଜଳ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ଅଣଓଡ଼ିଆ ଠିକାଦାରମାନଙ୍କୁ ଆଖିବୁଜି ବିଭାଗୀୟ ସଂପୃକ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ବିଶ୍ୱାସ କରି ନେଉଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ବିଞ୍ଝାରପୁର ଓ ଯାଜପୁର ବ୍ଲକ ପାଇଁ ନିର୍ମାଣାଧୀନ ମେଗା ପ୍ରକଳ୍ପ ଜମି ବିବାଦରେ ଫସି ରହିଛି। ଇନ୍‌ଟେକ୍‌ ୱେଲ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବାରୁ ପୁନଃ ଆବଶ୍ୟକ କାର୍ଯ୍ୟ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି। ଏହାସହ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଅନୁପାଳନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଚିଫ୍‌ ଇଞ୍ଜିନିୟର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏଲ୍‌ ଆଣ୍ଡ ଟି କନ୍‌ଷ୍ଟ୍ରକ୍ସନ ପକ୍ଷରୁ ଅନୁଗୋଳ ଜିଲା ପାଲଲହଡା ବ୍ଲକ ପାଇଁ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପ ଅତି ନିମ୍ନମାନର ହେଉଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ଏହି ମର୍ମରେ ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍‌ଏସ୍‌ ସର୍କଲର ଆଡିଶନାଲ ଚିଫ୍‌ ଇଞ୍ଜିନିୟରଙ୍କ ପକ୍ଷରୁ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ନୋଟିସ ମଧ୍ୟ କରିଛନ୍ତି। ଉକ୍ତ ନୋଟିସରେ ପ୍ରକଳ୍ପର ଚ୍ୟାନେଲ କଲମ ଏବଂ କଲନ୍ଦା ଇଏସ୍‌ଆର୍‌ ଷ୍ଟେୟାରକେସ୍‌(ସୋପାନ)ରେ ଫାଟ ସୃଷ୍ଟି ହୋଇଛି। ଷ୍ଟ୍ରକ୍ଚର(ଇଏସ୍‌ଆର, ଜିଏଲଏସ୍‌ଆର, ଆଇବିପିଏସ୍‌)ରେ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀ କ୍ରମଶଃ କ୍ଷୟ ହେଉଛି। ବିଭିନ୍ନ ଷ୍ଟ୍ରକ୍ଚରରେ ବ୍ୟବହୃତ ସାମଗ୍ରୀଗୁଡିକ ବିଶୃଙ୍ଖଳ ଏବଂ ପୁନଃ ବ୍ୟବହାରଯୋଗ୍ୟ ନୁହେଁ। ଏଭଳି ଅନେକ ଅନିୟମିତତା କାରଣରୁ ଏହି ପାଲଲହଡା ମେଗା ଜଳଯୋଗାଣ ପ୍ରକଳ୍ପ ଲୋକଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିବ ବୋଲି ସଂଶୟ ସୃଷ୍ଟି କରିଛି। ଏହାବାଦ୍‌ କେନ୍ଦୁଝର ଏବଂ ଅନୁଗୋଳ ଜିଲାର ତେଲକୋଇ, ପାଟଣା, ହରିଚନ୍ଦନପୁର, ଘଟଗାଁ ଏବଂ ପାଲଲହଡା ବ୍ଲକରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପାଇପ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଛି। ଏନେଇ ପ୍ରକଳ୍ପ ନିରୀକ୍ଷଣ ଦାୟିତ୍ୱରେ ରହିଥିବା ଟିୟୁଭି-ଏସୟୁଡି ସାଉଥ ଏସିଆ ପ୍ରା.ଲିଃ.ର ଅଥରିଟି ଇନିଞ୍ଜିନିୟର୍ସ ରିଓଜିନାଲ ମ୍ୟାନେଜରଙ୍କୁ ବିଭାଗୀୟ ନୋଟିସ ଦିଆଯାଇଛି। ଉପରୋକ୍ତ ପ୍ରକଳ୍ପଗୁଡିକ ଉଦାହରଣ ମାତ୍ର। ଏଭଳି ଅଧିକାଂଶ ମେଗା ଜଳଯୋଗାଣ ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ସଂପୃକ୍ତ ଅଣଓଡିଆ ଠିକାସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କ ବିପୁଳ ଅର୍ଥ ହରିଲୁଟ କରୁଥିବା ମତ ପ୍ରକାଶ ପାଇଛି। ତେବେ ଅଣଓଡିଆ ଏହି ଠିକାସଂସ୍ଥା ସହ କେତେକ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏଭଳି କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ବିଞ୍ଝାରପୁର ମେଗା ପ୍ରକଳ୍ପର ଅଗ୍ରଗତି ଜମି ବିବାଦରୁ ଥମି ଯାଇଛି। ତେବେ ସେହି ପ୍ରକଳ୍ପରେ କୌଣସି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇନାହିଁ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri