ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଫାଟ

ଯାଜପୁର ଅଫିସ,୨୭ା୫: ରାଜ୍ୟରେ ମେଗା ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହେଉଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ପାଇପ ବିଛା କାର୍ଯ୍ୟରେ ବିଭାଗୀୟ ଯୋଜନା ଅନୁସାରେ ସମ୍ପାଦନ କରାଯାଉନାହିଁ। ଅଣଓଡ଼ିଆ ଠିକାସଂସ୍ଥାକୁ ଏହି ଦାୟିତ୍ୱ ଦେଇ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଅଡୁଆରେ ପଡ଼ିଛି। ଏହି କ୍ରମରେ ଏଲ୍‌ ଆଣ୍ଡ ଟି କନ୍‌ଷ୍ଟ୍ରକ୍ସନ ଏବଂ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଃ ଠିକାସଂସ୍ଥାକୁ ବିଭାଗୀୟ ତାଗିଦ୍‌ କରାଯାଇଥିବା ସୂଚନା ମିଳିଛି।
ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ଟି ମେଗା ପାଇପ ଜଳ ଯୋଗାଣ(ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ୬ଟି ଯୋଜନାରେ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୮ଟି ପ୍ରକଳ୍ପ ରହିଛି। ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହି କ୍ରମରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୂରୀଭୂତ କରିବ ବୋଲି ସରକାର ଆଶା ବାନ୍ଧିଛନ୍ତି। ତେବେ କେତେକ ପ୍ରକଳ୍ପ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିରୀକ୍ଷଣରେ ୨୦୧୬ରୁ ରାଜ୍ୟ ବାହାରର ଠିକାସଂସ୍ଥାମାନଙ୍କ ସହ ଚୁକ୍ତି ହୋଇଥିଲେ ହେଁ ତାହା ଏଯାଏ ଲୋକଙ୍କ କାମରେ ଆସିପାରିନାହିଁ। ଅନ୍ୟପକ୍ଷେ ପୂର୍ବରୁ କେତେକ ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ଚିହ୍ନଟ ହୋଇ ସାରିଛି। କେତେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଥିଲେ ହେଁ ନିର୍ଦ୍ଧାରିତ ଗ୍ରାମକୁ ପାନୀୟ ଜଳ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ଅଣଓଡ଼ିଆ ଠିକାଦାରମାନଙ୍କୁ ଆଖିବୁଜି ବିଭାଗୀୟ ସଂପୃକ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ବିଶ୍ୱାସ କରି ନେଉଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ବିଞ୍ଝାରପୁର ଓ ଯାଜପୁର ବ୍ଲକ ପାଇଁ ନିର୍ମାଣାଧୀନ ମେଗା ପ୍ରକଳ୍ପ ଜମି ବିବାଦରେ ଫସି ରହିଛି। ଇନ୍‌ଟେକ୍‌ ୱେଲ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବାରୁ ପୁନଃ ଆବଶ୍ୟକ କାର୍ଯ୍ୟ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି। ଏହାସହ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଅନୁପାଳନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଚିଫ୍‌ ଇଞ୍ଜିନିୟର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏଲ୍‌ ଆଣ୍ଡ ଟି କନ୍‌ଷ୍ଟ୍ରକ୍ସନ ପକ୍ଷରୁ ଅନୁଗୋଳ ଜିଲା ପାଲଲହଡା ବ୍ଲକ ପାଇଁ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପ ଅତି ନିମ୍ନମାନର ହେଉଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ଏହି ମର୍ମରେ ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍‌ଏସ୍‌ ସର୍କଲର ଆଡିଶନାଲ ଚିଫ୍‌ ଇଞ୍ଜିନିୟରଙ୍କ ପକ୍ଷରୁ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ନୋଟିସ ମଧ୍ୟ କରିଛନ୍ତି। ଉକ୍ତ ନୋଟିସରେ ପ୍ରକଳ୍ପର ଚ୍ୟାନେଲ କଲମ ଏବଂ କଲନ୍ଦା ଇଏସ୍‌ଆର୍‌ ଷ୍ଟେୟାରକେସ୍‌(ସୋପାନ)ରେ ଫାଟ ସୃଷ୍ଟି ହୋଇଛି। ଷ୍ଟ୍ରକ୍ଚର(ଇଏସ୍‌ଆର, ଜିଏଲଏସ୍‌ଆର, ଆଇବିପିଏସ୍‌)ରେ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀ କ୍ରମଶଃ କ୍ଷୟ ହେଉଛି। ବିଭିନ୍ନ ଷ୍ଟ୍ରକ୍ଚରରେ ବ୍ୟବହୃତ ସାମଗ୍ରୀଗୁଡିକ ବିଶୃଙ୍ଖଳ ଏବଂ ପୁନଃ ବ୍ୟବହାରଯୋଗ୍ୟ ନୁହେଁ। ଏଭଳି ଅନେକ ଅନିୟମିତତା କାରଣରୁ ଏହି ପାଲଲହଡା ମେଗା ଜଳଯୋଗାଣ ପ୍ରକଳ୍ପ ଲୋକଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିବ ବୋଲି ସଂଶୟ ସୃଷ୍ଟି କରିଛି। ଏହାବାଦ୍‌ କେନ୍ଦୁଝର ଏବଂ ଅନୁଗୋଳ ଜିଲାର ତେଲକୋଇ, ପାଟଣା, ହରିଚନ୍ଦନପୁର, ଘଟଗାଁ ଏବଂ ପାଲଲହଡା ବ୍ଲକରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପାଇପ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଛି। ଏନେଇ ପ୍ରକଳ୍ପ ନିରୀକ୍ଷଣ ଦାୟିତ୍ୱରେ ରହିଥିବା ଟିୟୁଭି-ଏସୟୁଡି ସାଉଥ ଏସିଆ ପ୍ରା.ଲିଃ.ର ଅଥରିଟି ଇନିଞ୍ଜିନିୟର୍ସ ରିଓଜିନାଲ ମ୍ୟାନେଜରଙ୍କୁ ବିଭାଗୀୟ ନୋଟିସ ଦିଆଯାଇଛି। ଉପରୋକ୍ତ ପ୍ରକଳ୍ପଗୁଡିକ ଉଦାହରଣ ମାତ୍ର। ଏଭଳି ଅଧିକାଂଶ ମେଗା ଜଳଯୋଗାଣ ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ସଂପୃକ୍ତ ଅଣଓଡିଆ ଠିକାସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କ ବିପୁଳ ଅର୍ଥ ହରିଲୁଟ କରୁଥିବା ମତ ପ୍ରକାଶ ପାଇଛି। ତେବେ ଅଣଓଡିଆ ଏହି ଠିକାସଂସ୍ଥା ସହ କେତେକ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏଭଳି କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ବିଞ୍ଝାରପୁର ମେଗା ପ୍ରକଳ୍ପର ଅଗ୍ରଗତି ଜମି ବିବାଦରୁ ଥମି ଯାଇଛି। ତେବେ ସେହି ପ୍ରକଳ୍ପରେ କୌଣସି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇନାହିଁ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri