ଚମକ ହରାଇଛି ବାଣ ବଜାର

ବ୍ରହ୍ମପୁର,୫ା୧୧(ସୁବାସ ଚନ୍ଦ୍ର ପାଢ଼ୀ)ଦିନ ଥିଲା ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ବାଲୁଙ୍କେଶ୍ୱର ବାଣ ବଜାର ରହିଥିଲା। ଦୀପାବଳି ଆସିବାର ପ୍ରାୟ ମାସକ ପୂର୍ବରୁ ଏହି ବଜାର ଚଳଚଞ୍ଚଳ ହୋଇ ଉଠୁଥିଲା। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲାଗୁଡିକରୁ ବ୍ୟବସାୟୀମାନେ ଏଠାକୁ ବେପାର କରିବାକୁ ଆସୁଥିଲେ। ସୁଲଭ ଦରରେ ବିଭିନ୍ନ ପ୍ରକାର ବାଣ ଏଠାରେ ଉପଲବ୍ଧ ହେଉଥିଲା। ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ମଧ୍ୟ ଏହି ବାଣବଜାର ଉପରେ ନିର୍ଭର କରୁଥିଲେ। କିନ୍ତୁ ପ୍ରାୟ ୫ ବର୍ଷ ହେବ ଆଉ ଏହି ବାଣ ମାର୍କେଟ ଖୋଲୁନାହିଁ। ଜିଲା ପ୍ରଶାସନ ପକ୍ଷରୁ ସେଠାରେ ବାଣ ବିକ୍ରି ପାଇଁ ଅନୁମତି ମିଳୁନାହିଁ। ବ୍ୟବସାୟୀମାନେ ନିରୁପାୟ ହୋଇ ସେଠାରେ ବାଣ ବେପାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଦୀପାବଳି ଆଉ ମାତ୍ର କିଛିଦିନ ଥିବା ବେଳେ ଏହି ବାଣବଜାର ଏବେ ଖାଁଖାଁ। କେତେଜଣ ବ୍ୟବସାୟୀ ନିଜ ଦୋକାନ ଘରକୁ ଅନ୍ୟମାନଙ୍କୁ ଭଡ଼ାରେ ଦେଇଛନ୍ତି। ସେଠାରେ ଗୋଡ଼ି, ବାଲି, ସିମେଣ୍ଟ, ଡାଏରୀ ମିଲ୍କ, ଗ୍ୟାରେଜ୍‌, ମାଛ ଗୋଦାମ ଆଦି ଖୋଲିଛି। ବାଣ ମାର୍କେଟ ଏବେ ଇତିହାସ ପାଲଟିଥିବା ଭଳି ମନେ ହେଉଛି।
ସୂଚନା ମୁତାବକ, ୮୦ଦଶକରେ ପ୍ରଥମେ ପୁରୁଣା ଆମ୍ବ ବଜାରରେ ଅସ୍ଥାୟୀ ଭାବେ ବାଣବଜାର ଆରମ୍ଭ ହୋଇଥିଲା। ପରେ ୧୯୯୫ରେ ଅନ୍ଧପସରା ରୋଡ଼ରେ ସ୍ଥାୟୀ ଭାବେ ବାଲୁଙ୍କେଶ୍ୱର ବାଣ ବଜାର ସ୍ଥାପନ ହୋଇଥିଲା। ସେଠାରେ ପ୍ରାୟ ୮୦ଜଣ ବ୍ୟବସାୟୀଙ୍କର ୮୦ଟି ଦୋକାନ ଘର ଥିଲା। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯଥାସାଧ୍ୟ ପଦକ୍ଷେପ ନିଆଯାଇଥିଲା। ପ୍ରତି ଦୋକାନ ସମ୍ମୁଖରେ ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି, ବଜାର ମଝିରେ ପାଣି କୁଣ୍ଡ ଆଦିି ଆବଶ୍ୟକ ସୁରକ୍ଷା ଉପକରଣ ରହିଥିଲା। ବଜାର ପଛପାଖରେ ମଧ୍ୟ ବେଡ଼ା ବନ୍ଧ ରହିଛି। ଗଞ୍ଜାମ ଜିଲା ଆସିକାର ନଳବଣ୍ଟାରୁ ଆରମ୍ଭ କରି ଆଙ୍କୁଶପୁର ଏବଂ ବ୍ରହ୍ମପୁର ସହ ଏହାର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଦେଶୀ ବାଣ ସହ ଶିବକାଶୀରୁ ନାନା ରକମର ବାଣ ଏହି ବଜାରକୁ ଆସୁଥିଲା। ପାଇକାରୀ ଦରରେ ବାଣ କିଣି ନେଇ ବିକ୍ରି କରିବାକୁ ଦୀପାବଳିର ମାସକ ପୂର୍ବରୁ ଏହି ବଜାରକୁ ଲୋକଙ୍କ ସୁଅ ଛୁଟୁଥିଲା। କିନ୍ତୁ ୨୦୧୯ରୁ ଏହି ବଜାରରେ ବାଣ ବେପାର କରିବା ପାଇଁ ବ୍ୟସାୟୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଲାଇସେନ୍ସ ମିଳୁନାହିଁ। ଫଳରେ ବାଣବଜାର ତା’ର ଚମକ ହରାଇଛି। ବ୍ୟବସାୟୀମାନେ ସେମାନଙ୍କ ଦେକାନ ଘରକୁ ଅନ୍ୟମାନଙ୍କୁ ଭଡ଼ାରେ ଦେଇଛନ୍ତି। ୪/୫ ଜଣ ବାଣ ବ୍ୟବସାୟୀ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦରକୁ ଯାଇ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଆଉ କେତେକ ବ୍ୟବସାୟୀ (ପ୍ରାୟ ୩୫ଜଣ) ସହର ଉପକଣ୍ଠ ଆଙ୍କୁଶପୁର ନିକଟ ବୁଢ଼ୀଘରା ଠାକୁରାଣୀ ମନ୍ଦିର କଡ଼ରେ ଥିବା ନିରୋଳା ସ୍ଥାନ ଖୋଜି ସେଠାରେ ସାମୂହିକ ବାଣ ବ୍ୟବସାୟ କରି ବଜାର ସୃଷ୍ଟି କରିବାକୁ ଅଣ୍ଟାଭିଡ଼ିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସେଥିରେ ସଫଳ ହୋଇନାହାନ୍ତି। ଅନ୍ୟପଟେ ପରମ୍ପରା ଅନୁସାରେ ଲୋକେ ଦୀପାବଳିରେ ବାଣ କିଣିବା ପାଇଁ ଚାହୁଁଥିଲେ ମଧ୍ୟ ତାହା ମୁସ୍କିଲ ହୋଇପଡୁଛି। ମୁନଫାଖୋର ବ୍ୟାସାୟୀମାନେ ବେଆଇନ ଭାବେ ଲୁଚାଛପାରେ ଚଢାଦରରେ ବାଣ ବିକ୍ରି କରୁଛନ୍ତି। ବାଲୁଙ୍କେଶ୍ୱର ବାଣ ବଜାରର ସମ୍ପାଦକ ରାଜୁ ସାହୁ କହିଛନ୍ତି, ଅନ୍ଧପସରା ନିକଟରେ ଥିବା ବାଲୁଙ୍କେଶ୍ୱର ବାଣ ବଜାର ସମସ୍ତ ନିୟମ କାନୁନ ଅନୁସାରେ ଚାଲିଥିଲା। ପ୍ରାୟ ୭୦ ଜଣ ବ୍ୟବସାୟୀ ଲାଇସେନ୍ସ ପାଇ ସେଠାରେ ବ୍ୟବସାୟ କରୁଥିଲେ। ସରକାରଙ୍କ କଟକଣା ଯୋଗୁ ଉକ୍ତ ବାଣ ବଜ଼ାର ୫ ବର୍ଷ ହେଲା ବନ୍ଦ ରହିଛି। ଆଗକୁ ଜିଲା ପ୍ରଶାସନ ଅନୁମତି ଦେଲେ ସହର ବାହାରେ ବାଣ ବଜ଼ାର ଖୋଲାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri