୬ ହଜାର କୋଟିର କାରବାର କରିଛି କ୍ରାକର ଇଣ୍ଡଷ୍ଟ୍ରି

ନୂଆଦିଲ୍ଲୀ,୩୧।୧୦: କୋଭିଡ୍‌ ଯୋଗୁ ଗତ ଦୁଇବର୍ଷ ହେଲା ପାର୍ବଣ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ବନ୍ଦ ରହିଥିଲା। ହେଲେ ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପାର୍ବଣ ଓ ଦୀପାବଳି ପୂର୍ବ ବର୍ଷ (୨୦୧୯) ଭଳି ସ୍ବାଭାବିକ ଭାବେ ପାଳିତ ହୋଇଛି। ଏପରି କି ଚଳିତବର୍ଷ ଦୀପାବଳିକୁ ଭାରତୀୟମାନେ ଧୁମ୍‌ଧାମରେ ପାଳନ କରିଛନ୍ତି। ଫଳରେ ସାରା ଦେଶରେ ୬ହଜାର କୋଟି ଟଙ୍କାରୁ ଅଧିକ ବାଣ ଫୁଟା ଯାଇଥିବା (ଫୋଟକା ପୋଡ଼ା ଯାଇଥିବା) କ୍ରାକର ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି। ସେହିଭଳି କ୍ରାକର ଶିଳ୍ପ ସହ ଜଡିତ ବ୍ୟବସାୟୀ ଓ କାରିଗର ମଧ୍ୟ ବେଶ୍‌ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ସାରା ଭାରତରେ ସବୁ ସ୍ତରରେ ବାଣ ବିକ୍ରି ଲାଗି ଷ୍ଟକ୍‌ ରହିଥିବା ସବୁ ବର୍ଗର ଫୋଟକା ବିକ୍ରି ହୋଇଯାଇଥିବା ସୂଚନା ରହିଛି। କାରଣ ବିଗତ ୨ ବର୍ଷ ପରେ ଲୋକେ ଦୀପାବଳି ପାଳନ କରିବାକୁ ଯାଉଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ଅପରପକ୍ଷରେ ୨୦୧୬ରୁ ୨୦୧୯ ମଧ୍ୟରେ ହୋଇଥିବା ବାଣ କାରବାର ସମାନ ରହିଥିବା ବେଳେ ଚଳିତବର୍ଷର ବାଣ (କ୍ରାକର ବେପାର) କାରବାର ପ୍ରାୟ ୩୦% ବୃଦ୍ଧି ପାଇଛି ବୋଲି ତାମିଲନାଡୁ ଫାୟାରୱାର୍କସ୍‌ ଏଣ୍ଡ ଆମୋରସ ମାନୁଫାକ୍ଚର୍ସ ଆସୋସିଏଶନ (ଟିଏଏନ୍‌ଏଫ୍‌ଏଏମ୍‌ଏ) ର ସଭାପତି ଗଣେଶନ ପଞ୍ଜୁରାଜନ ମତବ୍ୟକ୍ତ କରିଛନ୍ତି।

ସେହିପରି କୋଭିଡ୍‌ ସଂକ୍ରମଣ ଯୋଗୁ ବାଣ (କ୍ରାକର) ତିଆରି ଲାଗି ଆବଶ୍ୟକ କଞ୍ଚାମାଲ ମୂଲ୍ୟରେ ୫୦% ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା; ଯାହା ଏବେ ବି ହ୍ରାସ ହୋଇନାହିଁ, ତେଣୁ ଉତ୍ପାଦନ ମୂଲ୍ୟରେ ସ୍ବାଭାବିକଠାରୁ ୩୦ରୁ ୩୫ ପ୍ରତିଶତ କାରବାର ବୃଦ୍ଧି ହୋଇଥିବା ଜଣାପଡିଛି। ତେବେ ଭାରତର ଉତ୍ସବ ସମୟରେ ସାଧାରଣତଃ ୪ରୁ ୫ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ତେବେ ବିକ୍ରି ହୋଇପାରି ନ ଥିବା ମାଲ ସମ୍ପର୍କରେ ସୋନି ଫାୟାର ୱାର୍କସର ନିର୍ଦ୍ଦେଶକ ଗଣେଶନ କହିଛନ୍ତି, ଚଳିତବର୍ଷ ଦୀପାବଳିରେ ଗୋଟିଏ ବି କ୍ରାକର ବଳି ନ ଥିବା ଜଣାପଡିଛି। ତେବେ ଚଳିତବର୍ଷ ସବୁଠୁ ଅଧିକ ବାଣ (ଫୋଟକା) ମହାରାଷ୍ଟ୍ରରେ ବିକ୍ରି ହୋଇଥିବା ବେଳେ ଉତ୍ତରପ୍ରଦେଶ, ବିହାର, କୋଲକାତା ଏବଂ ଗୁଜରାଟ ଭଳି ପ୍ରମୁଖ ରାଜ୍ୟ କ୍ରମାନ୍ବୟରେ କାରବାର କରିଥିବା ସେ ମତପ୍ରକାଶ କରିଛନ୍ତି।

ଗଣେଶନଙ୍କ କହିବା ଅନୁସାରେ ଉତ୍ପାଦନର ଏକ ବଡ଼ ଅଂଶ ମୁମ୍ବାଇ ଓ ବାକି ମହାରାଷ୍ଟ୍ର ଭଳି ରାଜ୍ୟ ନେଇଥିବା ଜଣାପଡିଛି। ଚଳିତବର୍ଷ ଦୀପାବଳି ପାଇଁ ସବୁ ପ୍ରକାର ଫୋଟକା ତିଆରି ହୋଇଥିଲା । ବିଶେଷ କରି ଉଚ୍ଚତମ ନ୍ୟାୟାଳୟ ଓ ସରକାରୀ ଅଧିକାରୀଙ୍କ ଗାଇଡ୍‌ ଲାଇନରେ କ୍ରାକର ପ୍ରସ୍ତୁତ କରାଯାଇଥିବା ବେଳେ ସବୁ ଫୋଟକା ଗ୍ରୀନ୍‌ ଫୋଟକା ଶ୍ରେଣୀର ନିର୍ମିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀକୁ ଛାଡିଦେଲେ ଦେଶର ଅନ୍ୟ କୌଣସି ସ୍ଥାନରେ ବାଣ ଫୁଟାଇବା ଲାଗି କଟକଣା ଲାଗି ନ ଥିବା ବେଳେ ଦୀପାବଳି ଧୁମ୍‌ଧାମରେ ପାଳନ ହୋଇଥିବା ଗଣେଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri