୬ ହଜାର କୋଟିର କାରବାର କରିଛି କ୍ରାକର ଇଣ୍ଡଷ୍ଟ୍ରି

ନୂଆଦିଲ୍ଲୀ,୩୧।୧୦: କୋଭିଡ୍‌ ଯୋଗୁ ଗତ ଦୁଇବର୍ଷ ହେଲା ପାର୍ବଣ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ବନ୍ଦ ରହିଥିଲା। ହେଲେ ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପାର୍ବଣ ଓ ଦୀପାବଳି ପୂର୍ବ ବର୍ଷ (୨୦୧୯) ଭଳି ସ୍ବାଭାବିକ ଭାବେ ପାଳିତ ହୋଇଛି। ଏପରି କି ଚଳିତବର୍ଷ ଦୀପାବଳିକୁ ଭାରତୀୟମାନେ ଧୁମ୍‌ଧାମରେ ପାଳନ କରିଛନ୍ତି। ଫଳରେ ସାରା ଦେଶରେ ୬ହଜାର କୋଟି ଟଙ୍କାରୁ ଅଧିକ ବାଣ ଫୁଟା ଯାଇଥିବା (ଫୋଟକା ପୋଡ଼ା ଯାଇଥିବା) କ୍ରାକର ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି। ସେହିଭଳି କ୍ରାକର ଶିଳ୍ପ ସହ ଜଡିତ ବ୍ୟବସାୟୀ ଓ କାରିଗର ମଧ୍ୟ ବେଶ୍‌ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ସାରା ଭାରତରେ ସବୁ ସ୍ତରରେ ବାଣ ବିକ୍ରି ଲାଗି ଷ୍ଟକ୍‌ ରହିଥିବା ସବୁ ବର୍ଗର ଫୋଟକା ବିକ୍ରି ହୋଇଯାଇଥିବା ସୂଚନା ରହିଛି। କାରଣ ବିଗତ ୨ ବର୍ଷ ପରେ ଲୋକେ ଦୀପାବଳି ପାଳନ କରିବାକୁ ଯାଉଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ଅପରପକ୍ଷରେ ୨୦୧୬ରୁ ୨୦୧୯ ମଧ୍ୟରେ ହୋଇଥିବା ବାଣ କାରବାର ସମାନ ରହିଥିବା ବେଳେ ଚଳିତବର୍ଷର ବାଣ (କ୍ରାକର ବେପାର) କାରବାର ପ୍ରାୟ ୩୦% ବୃଦ୍ଧି ପାଇଛି ବୋଲି ତାମିଲନାଡୁ ଫାୟାରୱାର୍କସ୍‌ ଏଣ୍ଡ ଆମୋରସ ମାନୁଫାକ୍ଚର୍ସ ଆସୋସିଏଶନ (ଟିଏଏନ୍‌ଏଫ୍‌ଏଏମ୍‌ଏ) ର ସଭାପତି ଗଣେଶନ ପଞ୍ଜୁରାଜନ ମତବ୍ୟକ୍ତ କରିଛନ୍ତି।

ସେହିପରି କୋଭିଡ୍‌ ସଂକ୍ରମଣ ଯୋଗୁ ବାଣ (କ୍ରାକର) ତିଆରି ଲାଗି ଆବଶ୍ୟକ କଞ୍ଚାମାଲ ମୂଲ୍ୟରେ ୫୦% ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା; ଯାହା ଏବେ ବି ହ୍ରାସ ହୋଇନାହିଁ, ତେଣୁ ଉତ୍ପାଦନ ମୂଲ୍ୟରେ ସ୍ବାଭାବିକଠାରୁ ୩୦ରୁ ୩୫ ପ୍ରତିଶତ କାରବାର ବୃଦ୍ଧି ହୋଇଥିବା ଜଣାପଡିଛି। ତେବେ ଭାରତର ଉତ୍ସବ ସମୟରେ ସାଧାରଣତଃ ୪ରୁ ୫ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ତେବେ ବିକ୍ରି ହୋଇପାରି ନ ଥିବା ମାଲ ସମ୍ପର୍କରେ ସୋନି ଫାୟାର ୱାର୍କସର ନିର୍ଦ୍ଦେଶକ ଗଣେଶନ କହିଛନ୍ତି, ଚଳିତବର୍ଷ ଦୀପାବଳିରେ ଗୋଟିଏ ବି କ୍ରାକର ବଳି ନ ଥିବା ଜଣାପଡିଛି। ତେବେ ଚଳିତବର୍ଷ ସବୁଠୁ ଅଧିକ ବାଣ (ଫୋଟକା) ମହାରାଷ୍ଟ୍ରରେ ବିକ୍ରି ହୋଇଥିବା ବେଳେ ଉତ୍ତରପ୍ରଦେଶ, ବିହାର, କୋଲକାତା ଏବଂ ଗୁଜରାଟ ଭଳି ପ୍ରମୁଖ ରାଜ୍ୟ କ୍ରମାନ୍ବୟରେ କାରବାର କରିଥିବା ସେ ମତପ୍ରକାଶ କରିଛନ୍ତି।

ଗଣେଶନଙ୍କ କହିବା ଅନୁସାରେ ଉତ୍ପାଦନର ଏକ ବଡ଼ ଅଂଶ ମୁମ୍ବାଇ ଓ ବାକି ମହାରାଷ୍ଟ୍ର ଭଳି ରାଜ୍ୟ ନେଇଥିବା ଜଣାପଡିଛି। ଚଳିତବର୍ଷ ଦୀପାବଳି ପାଇଁ ସବୁ ପ୍ରକାର ଫୋଟକା ତିଆରି ହୋଇଥିଲା । ବିଶେଷ କରି ଉଚ୍ଚତମ ନ୍ୟାୟାଳୟ ଓ ସରକାରୀ ଅଧିକାରୀଙ୍କ ଗାଇଡ୍‌ ଲାଇନରେ କ୍ରାକର ପ୍ରସ୍ତୁତ କରାଯାଇଥିବା ବେଳେ ସବୁ ଫୋଟକା ଗ୍ରୀନ୍‌ ଫୋଟକା ଶ୍ରେଣୀର ନିର୍ମିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀକୁ ଛାଡିଦେଲେ ଦେଶର ଅନ୍ୟ କୌଣସି ସ୍ଥାନରେ ବାଣ ଫୁଟାଇବା ଲାଗି କଟକଣା ଲାଗି ନ ଥିବା ବେଳେ ଦୀପାବଳି ଧୁମ୍‌ଧାମରେ ପାଳନ ହୋଇଥିବା ଗଣେଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri