ଓଡ଼ିଶାରେ ଇଣ୍ଡିଆ ମେଣ୍ଟରେ ଫାଟ

ଭୁବନେଶ୍ୱର,୨୨ା୪(ସୁନୀତ ମିଶ୍ର):କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ‘ଇଣ୍ଡିଆ’ ମେଣ୍ଟ ଧୀରେ ଧୀରେ ପ୍ରଭାବଶୂନ୍ୟ ହେଉଥିବା ଦେଖିବାକୁ ମିଳୁଛି। କେରଳ, ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ପରେ ଓଡ଼ିଶାରେ ଏହି ମେଣ୍ଟ ପ୍ରାୟତଃ ବିଫଳ ହୋଇଛି। ଏଠାରେ କଂଗ୍ରେସ, ସିପିଆଇ, ସିପିଏମ୍‌, ଏସ୍‌ପି ଏବଂ ଜେଏମ୍‌ଏମ୍‌ ଭଳି ୧୬ଟି ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଆଲୋଚନା ହେଉଥିବାବେଳେ ଏବେ ସେଭଳି ଦେଖିବାକୁ ମିଳୁନାହିଁ। ଓଡ଼ିଶାରେ କଂଗ୍ରେସ ୨୧ ଲୋକ ସଭା ଆସନ ମଧ୍ୟରୁ ୧୯ଟିରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ମୟୂରଭଞ୍ଜ ଏବଂ କଟକ ଆସନ ବାକି ରହିଛି। କଟକରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ଖୁବ୍‌ଶୀଘ୍ର କରିବ ବୋଲି କହୁଥିବାବେଳେ ମୟୂରଭଞ୍ଜ ଆସନ ଜେଏମ୍‌ଏମ୍‌କୁ ଛାଡ଼ିବା ନେଇ ଘୋଷଣା କରି ସାରିଛି। ସେହିପରି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ଆସନକୁ ଜେଏମ୍‌ଏମ୍‌ ଏବଂ ବଣାଇ ଆସନକୁ ସିପିଏମ୍‌କୁ ଛାଡ଼ିଥିବା ପ୍ରଥମ ପ୍ରାର୍ଥୀ ତାଲିକାରେ ଦର୍ଶାଇଛି। ତେବେ କଂଗ୍ରେସ ୨ ମେଣ୍ଟ ସହଯୋଗୀଙ୍କୁ ମାତ୍ର ଗୋଟିଏ ଲେଖାଏ ଆସନ ଛାଡ଼ିଥିବାରୁ ଅନ୍ୟ ସହଯୋଗୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସିପିଆଇ(ଏମ୍‌) ଏବଂ ଏଏପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛନ୍ତି, ଯେଉଁଥିରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଆସନ ବୁଝାମଣା ହୋଇ ନ ପାରିବାରୁ କଂଗ୍ରେସ ଏକାକୀ ନିଜର ଦଳୀୟ ପ୍ରାର୍ଥୀ ଦେଇଥିବାରୁ ସମସ୍ତେ କଂଗ୍ରେସକୁ ଦୋଷ ଦେବା ଆରମ୍ଭ କରିଛନ୍ତି।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଦଳ କଳାହାଣ୍ଡି ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଦେବା ସଙ୍ଗେସଙ୍ଗେ ୧୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଏବଂ ଆସନ ବିଷୟରେ ଘୋଷଣା କରାଯିବ। କଂଗ୍ରେସ ରାଜ୍ୟରେ ୩୦ ବିଧାନସଭା ଆସନ ସହଯୋଗୀ ଦଳଗୁଡ଼ିକୁ ନ ଛାଡ଼ିବାରୁ ଏଭଳି ସ୍ଥିତି ଉପୁଜିଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଯେପରି ରହିଛି ଅନ୍ୟ ସହଯୋଗୀମାନଙ୍କୁ ବିଧାନସଭା ଆସନ ଛାଡ଼ିଥିଲେ ବିଜେଡି ଏବଂ ଭାଜପା ବିରୋଧରେ ଲଢେଇ ଜୋରଦାର ହୋଇଥାଆନ୍ତା। ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସ ଇଣ୍ଡିଆ ମେଣ୍ଟକୁ ଧରି ଆଗକୁ ଚାଲୁଥିବା ବେଳେ ଓଡ଼ିଶାରେ ଫେଲ୍‌ ହୋଇଛି ବୋଲି ବେହେରା କହିଛନ୍ତି।
ସେହିପରି ସିପିଆଇଏମ୍‌ ନେତା ଜନାର୍ଦ୍ଦନ ପତି କହିଛନ୍ତି, ତାଙ୍କ ଦଳ ୭ଟି ବିଧାନସଭା ଏବଂ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରାର୍ଥୀ ଦେବ। କଂଗ୍ରେସ କେବଳ ବଣାଇ ଆସନ ସିପିଆଇଏମ୍‌କୁ ଛାଡିଛି। ହେଲେ ସେହି ଆସନରେ ସିପିଏମ୍‌ ବିଧାୟକ ଅଛନ୍ତି। ଓଡ଼ିଶାରେ ସିପିଆଇ ଏବଂ ସିପିଏମ୍‌କୁ ଦୁଇଟି ଲୋକ ସଭା ଆସନ ଛାଡ଼ିବାକୁ କଂଗ୍ରେସ ନିକଟରେ ଦାବି ହୋଇଥିଲା। ହେଲେ ସେଥିରେ ଦଳ ରାଜି ହେଲାନାହିଁ। ଜଗତ୍‌ସିଂହପୁରରେ ସିପିଆଇ ପ୍ରାର୍ଥୀ ଦେଇଛି। ତେଣୁ ସିପିଆଇଏମ୍‌ ଏବଂ ସିପିଆଇ ଯେଉଁଠାରେ ପ୍ରାର୍ଥୀ ଦେଇଛି ସେସବୁ ସ୍ଥାନକୁ ଛାଡ଼ି ଅନ୍ୟ ସବୁଠି ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି ଜନାର୍ଦ୍ଦନ କହିଛନ୍ତି। ଆମ୍‌ ଆଦମୀ ପାର୍ଟି(ଆପ୍‌) ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ଦଳ ବର୍ତ୍ତମାନ ସୁଦ୍ଧା ୩୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଆଗକୁ ଆଉ ୧୫ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ରାଜ୍ୟରେ ଲୋକ ସଭା ଆସନରେ ଦଳ ଲଢ଼ିବ ନାହିଁ। ଓଡ଼ିଶାରେ ମେଣ୍ଟ ସଫଳ ହେଲା ନାହିଁ। କାରଣ ମେଣ୍ଟ ପାଇଁ କଂଗ୍ରେସ ଅଧିକ କିଛି ଚାହିଁଲା ନାହିଁ। ୪ଥର ସହଯୋଗୀ ଦଳ ସହ ଆଲୋଚନା କରିବା ପରେ କଂଗ୍ରେସ ଚୁପ୍‌ ରହିଲା ବୋଲି ନିଶିକାନ୍ତ କହିଛନ୍ତି। ପ୍ରକାଶ ଯେ, ଓଡିଶାରେ ୧୬ ସହଯୋଗୀ ଦଳକୁ ନେଇ ଗଠନ ହୋଇଥିବା ମେଣ୍ଟରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ରାଜ୍ୟରେ ମେଣ୍ଟକୁ କେଉଁ ଲୋକ ସଭା ଏବଂ ବିଧାନସଭା ଆସନ ଛଡ଼ାଯିବ ଓ ରାଜ୍ୟରେ ମେଣ୍ଟ ସ୍ଥିତି କ’ଣ ବୋଲି ପଚାରିବାରୁ ପ୍ରସାଦ କହିଛନ୍ତି, ସେ ୨ ମାସ ହେଲା ଆଉ ସେହି ଦାୟିତ୍ୱରେ ନାହାନ୍ତି। ଏବେ ପିସିସି ସଭାପତି ସେସବୁ କଥା ବୁଝୁଛନ୍ତି ବୋଲି କହି ଏହା ଉପରେ ଆଉ ମତ ରଖିବାକୁ ଚାହିଁିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri