Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ! ହରିୟାଣା ଫଳାଫଳ ପରେ ରାହୁଲଙ୍କୁ କମେଣ୍ଟ ମାରିଲେ କେଜରିଓ୍ବାଲ-ଶିବସେନା

ନୂଆଦିଲ୍ଲୀ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ କରିଛି। ୯୦ ଆସନରେ ଭାଜପା ୪୭ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୩୯ଟି ଆସନ ପାଇ ପାରିଛି। ଏନେଇ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସକୁ ନିଶାଣ କରିଛନ୍ତି। କେବଳ ଆମ ଆଦମୀ ପାର୍ଟି ନୁହେଁ ଶିବସେନା(ଉଦ୍ଧବ ଗୋଷ୍ଠୀ) ମଧ୍ୟ କଂଗ୍ରେସକୁ କମେଣ୍ଟ ମାରିଛି।

ହରିୟାଣା ପରାଜୟ ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ରଣନୀତି ବିଷୟରେ ପୁନର୍ବିଚାର କରିବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଫଳାଫଳର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ନିର୍ବାଚନରେ କେବେବି ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ।

କେଜରିୱାଲ ଆହୁରି କହିଛନ୍ତି, ଦେଖନ୍ତୁ ହରିୟାଣା ନିର୍ବାଚନର ଫଳାଫଳ କ’ଣ? ସବୁଠୁ ବଡ ଶିକ୍ଷା ହେଉଛି ଯେ ନିର୍ବାଚନରେ କେହି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ପ୍ରତ୍ୟେକ ନିର୍ବାଚନ ଏବଂ ପ୍ରତ୍ୟେକ ଆସନ କଷ୍ଟକର। କହିରଖୁଛୁ କି, ହରିୟାଣାରେ ଆସନ ବାଣ୍ଟିବାରେ ମତଭେଦ ଥିବାରୁ AAP କଂଗ୍ରେସ ସହିତ ଆସନ ବୁଝାମଣା କରିବାରେ ବିଫଳ ହୋଇଥିଲା।

ଶିବସେନା (ୟୁବିଟି) ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ହରିୟାଣା ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ପଡ଼ିବ ନାହିଁ। ଆସନ୍ତା ମାସରେ ମହାରାଷ୍ଟ୍ରରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ହରିୟାଣାରେ ଭାଜପା ବିରୋଧରେ କଂଗ୍ରେସ ସିଧାସଳଖ ଲଢେେଇରେ ଆଶାଠାରୁ କମ ପ୍ରଦର୍ଶନ କରିଛି। ତେଣୁ କଂଗ୍ରେସ ଏହାର ନିର୍ବାଚନ ରଣନୀତି ଉପରେ ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।

ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା କହିଛନ୍ତି ଯେ, ହରିୟାଣାର ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଗମ୍ଭୀରତାର ସହ ଅନୁଧ୍ୟାନ କରିବା ଉଚିତ। ଏଥିସହ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ନିର୍ବାଚନରେ ବିରୋଧୀ ଦଳ ଇଣ୍ଡିଆର ସମସ୍ତ ସହଯୋଗୀଙ୍କୁ ପରାମର୍ଶ ଗ୍ରହଣ କରିବା ଉଚିତ।

ତେବେ ଏହାର ଉତ୍ତର ରଖି ଜୟରାମ ରମେଶ କହିଛନ୍ତି, ମୁଁ ମନେ ପକାଇବାକୁ ଚାହୁଁଛି ଯେ ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ପ୍ରଥମ ସ୍ଥାନରେ ଥିଲା। ଏକାଠି ହେବାର ଏକ ଧର୍ମ ଅଛି। ଯେଉଁମାନେ ନିଜ ମଧ୍ୟରେ କଥାବାର୍ତ୍ତା କରନ୍ତି, ସେମାନେ ପରସ୍ପର ସହ ମଧ୍ୟ କଥା ହୁଅନ୍ତି କିନ୍ତୁ ଗଣମାଧ୍ୟମ ମାଧ୍ୟମରେ ନୁହେଁ । ମହାରାଷ୍ଟ୍ରରେ ମହାମେଣ୍ଟକୁ ମଜବୁତ କରିବା ଆମର କର୍ତ୍ତବ୍ୟ। ହେଲେ ଅନ୍ୟମାନଙ୍କ ପରି ଆମେ ଆମର ସହଯୋଗୀ ଦଳ ବିଷୟରେ କିଛି କହିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri