Categories: ଜାତୀୟ

ହରିୟାଣା କଂଗ୍ରେସରେ ଫାଟ, ଭାଜପା ଶିବିରକୁ ଯିବେ କୁଲଦୀପ ବିଷ୍ନୋଇ…

ଚଣ୍ଡିଗଡ଼,୩।୮ : ହରିୟାଣା ରାଜନୀତିରେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ନୋଇଙ୍କ ସମ୍ପର୍କରେ ଚାଲିଥିବା କଳ୍ପନା ଜଳ୍ପନା ଏବେ ଶେଷ ହୋଇଛି। ସେ ନିଜେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଫଳରେ ହରିୟାଣା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଗୁରୁବାର ବିଷ୍ନାଇଭାଜପାରେ ଯୋଗଦେବେ। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନରେ କ୍ରସ-ଭୋଟିଂ ପରେ ତାଙ୍କୁ ନେଇ ନାନା ଚର୍ଚ୍ଚା ଜାରି ରହିଥିଲା।

କୁଲଦୀପ ଟୁଇଟ କରି କହିଛନ୍ତି ଯେ ସେ ଅଗଷ୍ଟ ୨ରେ ପୂର୍ବାହ୍ନ ୧୦ଟା ୧୦ରେ ଭାଜପା ଶିବିରରେ ଯୋଗଦେବେ। ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଯେ ସେ ଚଣ୍ଡିଗଡ଼ରେ ବିଧାୟକ ପଦରୁ ଇସ୍ତଫା ଦେବେ, ଯାହାଫଳରେ ତାଙ୍କ ପୁଅ ଭବ ବିଷ୍ନୋଇ ଭାଜପା ଟିକେଟରେ ଉଦାମପୁର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ରାଜ୍ୟ ସଭା ନିର୍ବାଚନରେ ବିଷ୍ନୋଇ କଂଗ୍ରେସ ବିରୋଧରେ କ୍ରସ ଭୋଟିଂ ଦେଇଥିଲେ। ଏହା ପରେ ତାଙ୍କୁ ସମସ୍ତ ପାର୍ଟି ପଦରୁ ହଟାଇ ଦିଆଯାଇଥିଲା।

Share