ମରାମତିକୁ ସପ୍ତାହେ ପୂରିନି, ବ୍ରାହ୍ମଣୀ ପୋଲରେ ଫାଟ

ରସୁଲପୁର,୪ା୮(ଡି.ଏନ.ଏ.): ରସୁଲପୁର ବ୍ଲକ ସୀମା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ପୁରଣା ପୋଲରେ ବଡ଼ ଫାଟ ସୃଷ୍ଟି ହୋଇଛି। ୧୬ନଂ. ଜାତୀୟ ରଜାପଥ ସମ୍ପ୍ରସାରଣ ଓ ମରାମତି ଦାୟିତ୍ୱରେ ଥିବା ଠିକା ସଂସ୍ଥା ଏହି ପୋଲକୁ ସପ୍ତାହକ ତଳେ ମରାମତି କରିଥିଲା। ମରାମତି ପାଇଁ ପୋଲରେ ମାସାଧିକ କାଳ ଗାଡି ଚଳାଚଳ ବନ୍ଦ ରହିଥିଲା। ମରାମତି ଶେଷ ହେବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଗାଡି ଚାଲିବାକୁ ମାତ୍ର ସପ୍ତାହେ ନ ପୁରୁଣୁ ପୋଲର ଯୋଡେଇ ମୁଣ୍ଡରେ ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ଗାଡି ଚଳାଚଳରେ ବାଧା ଉପୁଜୁଛି। ଫାଟ ସ୍ଥାନରେ ଲୁହା ଆଙ୍ଗେଲଗୁଡିକ ପଦାକୁ ବାହାରି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସାଇକେଲ ଓ ବାଇକ ଚାଳକମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ଏହିଭଳି ସ୍ଥିତି ପୋଲର ଏକାଧିକ ସ୍ଥାନରେ ସୃଷ୍ଟି ହେଲାଣି। ଏହାକୁ ତୁରନ୍ତ ମରାମତି କରା ନ ଗଲେ ଆଗକୁ ବଡ଼ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ପ୍ରକାଶଯୋଗ୍ୟ, ପୋଲ ନିକଟସ୍ଥ ବାରବାଟୀଠାରେ ଦୈନିକ ପରିବାହାଟ ଚାଲିଛି। ଏହି ପୋଲ ଦେଇ ଧର୍ମଶାଳା ବ୍ଲକର କୁମାରୀ, ଦେଉଳି, ଚହଟା, ମଙ୍ଗଳପୁର, ଚୋରମୁହାଁ, ଭୂବନ, ଜାରକା ଆଦି ଅଞ୍ଚଳରୁ ଶତାଧିକ ପରିବା ଚାଷୀ ଓ ବ୍ୟବସାୟୀ ବାରବାଟୀ ହାଟକୁ ଆସନ୍ତି। ପ୍ରତ୍ୟହ ହାଟଟି ବଢି ଭୋରୁ ବସୁଛି। ଅଧିକାଂଶ ଚାଷୀ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସାଇକେଲ ଓ ମଟର ସାଇକେଲରେ ପରିବହନ କରୁଛନ୍ତି। ରାତ୍ର ବେଳା ହାଟକୁ ଆସିବା ସମୟରେ ଚାଷୀ ପୋଲ ଉପରିସ୍ଥ ଖାଲରେ ପଡି ଦୁର୍ଘଟଣାର ଶିକର ହେଉଛନ୍ତି। ପୋଲ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ହେଉଛି ବୋଲି ପଥିକମାନେ ଅଭିଯୋଗ କରିଛନ୍ତି। ପୋଲକୁ ବାରମ୍ବାର ମରାମତି କରାଯାଉଛି। ହେଲେ ସମସ୍ୟାରେ ସୁଧାର ଆସି ପାରୁନାହିଁ। ଏନେଇ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଡିବିଏଲ କମ୍ପାନୀର ପ୍ରକଳ୍ପ ମ୍ୟାନେଜର ହରିହର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଲ ନିକଟକୁ ଯାଇ ସ୍ଥିତି ପରଖିବା ପରେ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରିଛନ୍ତି। ଉକ୍ତ ଖାଲକୁ ତୁରନ୍ତ ମରାମତି କରାଯିବ। ତେବେ ପୋଲଟି ପୁରୁଣା ହୋଇଯାଇଥିବାରୁ ଯୋଡେଇ ସ୍ଥାନରେ ଫାଟ ସୃଷ୍ଟି ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri