Categories: ଖେଳ

ଅଗଷ୍ଟ ୨୮ରୁ ଆରମ୍ଭ ହେବ ସିପିଏଲ

କିଙ୍ଗ୍‌ ଷ୍ଟନ, ୨୦।୫ : ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ)ର ୨୦୨୧ତମ ସିଜନ। ଏହାର ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ୨୦୨୦ ସିଜନ ଭଳି ଏଥର ମଧ୍ୟ ବାୟୋ ବବ୍‌ଲ ମଧ୍ୟରେ ଅନୁଷ୍ଠିତ ହେବ ପୂରା ଲିଗ୍‌। ସମସ୍ତ ୩୩ ମ୍ୟାଚ୍‌ ସେଣ୍ଟ କିଟ୍ସ ଓ ନେଭିସର ଓ୍ବାର୍ନର ପାର୍କଠାରେ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ଏହି ଲିଗ୍‌କୁ ବିଶ୍ୱରେ ପାଖାପାଖି ୫୨୩ ନିୟୁତ ଲୋକେ ଉପଭୋଗ କରିଥିଲେ। ୨୦୧୯ ସଂସ୍କରଣର ଭ୍ୟୁୟର୍ସଙ୍କ ସଂଖ୍ୟା ଅପେକ୍ଷା ଏହା ୬୭ ପ୍ରତିଶତ ଅଧିକ। ଚଳିତ ବର୍ଷ ଲିଗ୍‌ ଆୟୋଜନ ପାଇଁ ରାଜି ହୋଇଥିବାରୁ ମୁଁ ସେଣ୍ଟ କିଟ୍ସ ଓ ନେଭିସ ସରକାର ଏବଂ ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଓ୍ବିଣ୍ଡୋ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିବାରୁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ଧନ୍ୟବାଦ୍‌ ଦେଇଛନ୍ତି ହିରୋ ସିପିଏଲର ସିଓଓ ପେଟେ ରସେଲ।

Share