Categories: ଜାତୀୟ

ଭାଜପାରେ ସାମିଲ ହୋଇଥିବା ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ କହିଲା ସିପିଆଇଏମ୍‌…

ଅଗରତାଲା,୩୦।୧ : ସୋମବାର ତ୍ରିପୁରା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଏମ) ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଇଥିବା ଦଳର ବିଧାୟକ ମବଶର ଅଲ୍ଲୀଙ୍କୁ ଦେଶଦ୍ରୋହୀ ବୋଲି କହିଛି। ବରିଷ୍ଠ ସିପିଆଇ (ଏମ) ନେତା ପବିତ୍ର କର କହିଛନ୍ତି ଯେ ମବଶର ଜଣେ ଦେଶଦ୍ରୋହୀ ଯିଏ କେବଳ ଟିକେଟ ପାଇଁ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

କୈଲାଶହର ବିଧାନସଭା ନିର୍ବାଚନମଣ୍ଡଳୀରୁ ସିପିଆଇ (ଏମ) ବିଧାୟକ ଜାନୁଆରୀ ୨୭ରେ ତ୍ରିପୁରା କଂଗ୍ରେସ ରାଜ୍ୟ ସଭାପତି ସୁବାଲ ଭୌମିକଙ୍କ ସହ ଦିଲ୍ଲୀରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଏବଂ ଦଳର ଉତ୍ତର-ପୂର୍ବ ସଂଯୋଜକ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ। ତ୍ରିପୁରାରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୬ ରେ ଅନୁଷ୍ଠିତ ହେବ। ତାଙ୍କୁ କୈ ଲାଶହର ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟ ଦିଆଯାଇଥିଲା।

ସିପିଆଇ (ଏମ) ଟିକେଟ ରେ ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ଜିତିଥିବା ମବଶରଙ୍କୁ ସିପିଆଇ (ଏମ) ପକ୍ଷରୁ ଟିକେଟ ବାରଣ କରାଯାଇଥିଲା ତେଣୁ ସେ ଭାଜପାରେ ସାମିଲ ହୋଇଥିଲେ।

Share