ଉଦଳା,୧।୯: ମୟୂରଭଞ୍ଜ ଜିଲା ଦେଓ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ନଦୀପାର୍ ବେଳେ ଭାସିଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଜଣକ କାଳିମେଘା ଗ୍ରାମର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତବକ, ବ୍ୟକ୍ତିଜଣକ ଗାଈ ଚରାଇବାକୁ ନଦୀ ପାର୍ ହେଉଥିଲେ। ହେଲେ ସେ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


