ଗୋ-ପାଳନ କରିଛି ସ୍ବାବଲମ୍ବୀ

ନୂଆପଡ଼ା ଅଫିସ୍‌,୨୮।୧୧: ମହିଳା ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ ସେମାନେ ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁରେ। ଶାନ୍ତିବାଈ ଶବର (୫୦) କାହା ଉପରେ ନିର୍ଭର ନ କରି ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଗୋ-ପାଳନ କରି କ୍ଷୀର ବିକ୍ରୟ କରି ପରିବାରର ୫ ସଦସ୍ୟ ହସଖୁସିରେ ଚଳୁଛନ୍ତି। ୧୦ ବର୍ଷ ପୂର୍ବେ ୨୦ଟି ଛେଳି, ମେଣ୍ଡା ଓ କୁକୁଡା ରଖିଥିଲେ। ସେଥିରେ ପରିବାର ଚଳିବା ବହୁତ କଷ୍ଟ ହେଉଥିଲା। ପରିବାରର ଦୁଃଖ କେବେ ଯାଉ ନ ଥିଲା। ହେଲେ ହଠାତ ଏକ ବେମାର ଆସିବାରୁ ଛେଳି ସବୁ ମରିଗଲା। ଦୁଃଖରେ ଭାଙ୍ଗି ପଡି ମନରେ ଏକ ଉପାୟ ଚିନ୍ତା କଲେ। ୨୦ ହଜାର ଟଙ୍କା ଋଣ କରି ଗୋଟିଏ ଜର୍ସି ଗାଈ ଆଣିଲେ। ଗାଈ ଦିନକୁ ୧୦ ରୁ ୧୨ ଲିଟର କ୍ଷୀର ଦେଲା। ସେହି କ୍ଷୀରକୁ ଧରି ଝିଲମିଲା ଗ୍ରାମରୁ ନୂଆପଡା ସହରକୁ ୩ କିଲୋମିଟର ପ୍ରତିଦିନ ଚାଲିଚାଲି ଆସି ବିକ୍ରୟ କରି ଘରକୁ ଫେରି ଯାଉଥିଲେ। ଚାଲି ଯିବା ଦ୍ୱାରା ସମୟ ହେଉ ନ ଥିବାରୁ ଏକ ସ୍କୁଟି କ୍ରୟ କରି ସ୍କୁଟି ସାହାଯ୍ୟରେ ନୂଆପଡାକୁ କ୍ଷୀର ଆଣି ବିକ୍ରୟ କରି ଯାଉଛନ୍ତି। ଗୋଟିଏ ଗାଈର କ୍ଷୀରରେ ଭଲ ଲାଭ ହେବାରୁ ତାଠାରୁ ଅଧିକ ଲାଭ ପାଇବା ପାଇଁ ଇଛା ହେଲା। ହେଲେ ହାତରେ ଟଙ୍କା ନାହିଁ। ବ୍ୟାଙ୍କକୁ ଯାଇ ଋଣ ପାଇଁ ଆବେଦନ କଲେ। କିନ୍ତୁ ବ୍ୟାଙ୍କରେ ଜଣଙ୍କୁ ଋଣ ଦିଆଯିବ ନାହିଁ। ଗ୍ରୁପ ମାଧ୍ୟମରେ ଋଣ ଦିଆଯିବ ବୋଲି କହି ମନା କରି ଦେବାରୁ ଆଉ ଚାରିଟି ମାଇକ୍ରୋ ଫାଇନାସରୁ ଟଙ୍କା ଉଠାଇ ଚାରିଟି ଜର୍ସି ଗାଈ ପୁଣି ଆଣିଲେ। ବର୍ତ୍ତମାନ ୫ ଟି ଗାଈ ସ୍ଥାନରେ ୧୫ଟି ଗାଈ ହେଲାଣି। ପ୍ରତିଦିନ ଭୋର ୪ ଟାରୁ ଉଠି ଗାଈର ଯତ୍ନ ନେବା ସହ ଖାଇବାକୁ ଦେଇ କ୍ଷୀର ବାହାର କରି ସକାଳ ୭ ରୁ ୮ ଟା ଭିତରେ ନୂଆପଡା ସହରକୁ ଆସି ଓମଫେଡରେ ୧୪ ଲିଟର କ୍ଷୀର ଦେଇ ବାକିତକ କ୍ଷୀରକୁ ଘର ଘର ବୁଲି ଦେଇଥାନ୍ତି। ଦିନ ୧୦ ଟାରେ ଘରକୁ ଫେରି ଯାଇ ସବୁତକ ଗାଈକୁ ଜଙ୍ଗଲକୁ ଚରାଇବା ନେଇ ପୁଣି ୩ଟାରେ ଘରକୁ ଆଣି ଖାଇ ସାରି ଗାଈର କ୍ଷୀର ବାହାର କରି ସନ୍ଧ୍ୟା ୬ଟାରେ ନୂଆପଡା ସହରକୁ ଆସି କ୍ଷୀର ଦେଇ ଫେରି ଯାଇ ରାତ୍ରିରେ ଗାଈକୁ ପୁଣି ଖାଇବା ପାଇଁ ଦେଇଥାନ୍ତି। ଶାନ୍ତିବାଈ କହିବାନୁଯାୟୀ-ବ୍ୟାଙ୍କକୁ ଯାଇ ଋଣ ମାଗିଲି ମନାକଲେ। ମାଇକ୍ରୋ ଫାଇନାସ ଦ୍ୱାରା ଚାରିଟି ଋଣ କରି ଗାଈ ଆଣି ବେପାର କରୁଛି। ଭଲ ଲାଭ ହେଉଛି। ହେଲେ ମାସକୁ ମାଇକ୍ରୋ ଫାଇନାସ ଋଣ ସୁଝିବାରେ ଟଙ୍କା ସରି ଯାଉଛି। ସେଥିରେ ପରିବାର ଚଳିବା ସହ ଗାଡିରେ ତେଲ ଭରୁଛି। ବର୍ତ୍ତମାନ ୧୫ଟି ଗାଈ,୧୦ଟି ଛେଳି,୨ଟି ମେଣ୍ଡା ଓ ୨୦ଟି କୁକୁଡା ରହିଛି। ଏ ସମ୍ପର୍କରେ ଓଡିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ଟିମନ ବାରାଙ୍କୁ ପଚାରିବାରୁ ଆମେ ଏ ସମ୍ପର୍କରେ ଅବଗତ ନ ଥିଲୁ। ବର୍ତ୍ତମାନ ବ୍ୟାଙ୍କ ମାଧ୍ୟମରେ ଋଣ କରି ଦେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri