Categories: ଜାତୀୟ

ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ କରୋନା ଭାଇରସ୍‌ ଭାକ୍ସିନ୍‌ ଇଣ୍ଡ୍ୟୁସ୍‌ଡ ଆଣ୍ଟିବଡି ଟିଟ୍ରେ (କୋଭାଟ) ପକ୍ଷରୁ ଏହି ଅଧ୍ୟୟନ ହୋଇଥିଲା। କୋଭିଶିଲ୍ଡ ନେଇଥିବା ବ୍ୟକ୍ତିଙ୍କଠାରେ ସେରୋପଜିଟିଭିଟି ହାରଠାରୁ ଆଣ୍ଟି-ସ୍ପାଇକ୍‌ ଆଣ୍ଟିବଡି ଅଧିକ ରହିଥିଲା। ତେବେ ଉଭୟ ଟିକା ଭଲ କାମ କରୁଥିବା ଅଧ୍ୟୟନରେ କୁହାଯାଇଛି।

Share