Categories: ଜାତୀୟ

କୋଭିଡ୍‌ ସନ୍ଦିଗ୍ଧ ହସ୍ପିଟାଲରେ ହୋଇପାରିବେ ଭର୍ତ୍ତି

ନୂଆଦିଲ୍ଲୀ,୮।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ନୂତନ ଗାଇଡ୍‌ଲାଇନ ଜାରି କରାଯାଇଛି। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ପଜିଟିଭ୍‌ ରିପୋର୍ଟର କୌଣସି ଆବଶ୍ୟକତା ନ ଥିବା ଗାଇଡ୍‌ଲାଇରେ ଉଲ୍ଳେଖ ରହିଛି। କୋଭିଡ ସନ୍ଦିଗ୍ଧ କୋଭିଡ୍‌ କେୟାର୍‌ ସେଣ୍ଟର କିମ୍ବା ହସ୍ପିଟାଲର ଭର୍ତ୍ତି ହୋଇପାରିବେ ବୋଲି ଗାଇଡ୍‌ଲାଇନରେ ସ୍ପଷ୍ଟ କରିଦିଆଯାଇଛି। କୌଣସି ପରିସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ କରିବାକୁ ମନା କରିପାରିବେ ନାହିଁ । ରୋଗୀ ଜଣକ ଅନ୍ୟ ସହରରୁ ଆସିଥିଲେ ମଧ୍ୟ ତାଙ୍କୁ ଅକ୍ସିଜେନ, ଆବଶ୍ୟକ ଜରୁରୀ ଔଷଧ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ରୋଗୀଙ୍କ ସ୍ବାସ୍ଥ୍ୟା ଅବସ୍ଥାର ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଆଡମିଶନ କରାଯିବ। ଏପରିକି କେନ୍ଦ୍ର ସରକାରଙ୍କ ଡିସଚାର୍ଜ ନିୟମ ଅନୁଯାୟୀ ରୋଗୀଙ୍କୁ ଛଡ଼ାଯିବ।

Share