ଦୋକାନୀଙ୍କୁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ

ଜି.ଉଦୟଗିରି,୧୧ା୬: କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ଜି.ଉଦୟଗିର ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ବ୍ୟବସାୟୀମାନଙ୍କୁ କୋଭିଡ୍‌ ପରୀକ୍ଷା କରିବାକୁ ବାରମ୍ବାର କୁହାଯାଇଛି। ହେଲେ ଏବେ ବି ବହୁ ବ୍ୟବସାୟୀ କୋଭିଡ୍‌ ପରୀକ୍ଷା କରିନାହାଁନ୍ତି। ଫଳରେ ସହରରେ ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଯେଉଁ ବ୍ୟବସାୟୀମାନେ କୋଭିଡ୍‌ ପରୀକ୍ଷା କରିନାହାନ୍ତି ତୁରନ୍ତ ପରୀକ୍ଷା କରିବାକୁ ଏନ୍‌ଏସି ପକ୍ଷରୁ କୁହାଯାଇଛି। ଏହାର ଅବମାନନା କଲେ କୋଭିଡ ନିୟମ ଅନୁଯାୟୀ ଦୋକାନ ବନ୍ଦ କରାଯିବ ବୋଲି ଏନ୍‌ଏସି ପକ୍ଷରୁ ଶୁକ୍ରବାର ଏକ ଗାଇଡଲାଇନ୍‌ ଜାରି ହୋଇଛି। ଏହା ସହିତ ଏକ ନିର୍ଦ୍ଦିଷ୍ଟ ବସ୍ତ୍ରାଳୟ କିମ୍ବା ତାଙ୍କ ଘରୁ ସାବିତ୍ରୀ ବ୍ରତ କିମ୍ବା ରଜ ପାଇଁ ଶାଢୀ କିଣିଥିବା ଲୋକମାନେ ମଧ୍ୟ କୋଭିଡ୍‌ ପରୀକ୍ଷା କରାଇନେବା ପାଇଁ ଅନୁରୋଧ କରାଯାଇଛି।