ପରେଡ୍‌ରେ ସ୍ଥାନ ପାଇବ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୨୩।୧(ଆଇଏଏନ୍‌ଏସ୍‌): ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶନ ହେବ। କରୋନା ମହାମାରୀରେ ଦେଶରେ ୧,୦୬,୨୫,୪୨୮ ଲୋକ ସଂକ୍ରମିତ ହୋଇଥିବାବେଳେ ୧,୫୩,୦୩୨ ଜଣଙ୍କ ଜୀବନ ଯାଇଛି। ଏହି ମହାମାରୀରୁ ବର୍ତ୍ତିବା ଲାଗି ଦୀର୍ଘଦିନରୁ ଟିକାକୁ ଅପେକ୍ଷା ଥିଲା। ଭାରତରେ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକାକୁ ବ୍ୟବହାରିକ ମଞ୍ଜୁରୀ ମିଳିବା ପରେ ଜାନୁୟାରୀ ୧୬ରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ବାୟୋଟେକ୍‌ନୋଲୋଜି ବିଭାଗ ପ୍ରଜ୍ଞାପନ ମେଢ଼ରେ କରୋନା ଭୂତାଣୁ ବିରୋଧରେ ଭାରତର ମିଳିତ ସଂଗ୍ରାମରେ ନିଆଯାଇଥିବା ରଣନୀତିକ ପଦ୍ଧତି ସ୍ଥାନ ପାଇବ। ଉକ୍ତ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିବ କୋଭିଡ୍‌ ବିରୋଧୀ ଲଢ଼େଇରେ ଆତ୍ମନିର୍ଭର ଭାରତ ଅଭିଯାନ। ମାନବ ଜାତିର ସୁରକ୍ଷା ଲାଗି ଐତିହାସିକ ସଫଳତା ସ୍ବରୂପ ଟିକା ଉତ୍ପାଦନର ବିଭିନ୍ନ ପ୍ରକ୍ରିୟା, କୋଭିଡ୍‌ ଭାକ୍ସିନ୍‌ ସହ ଜଣେ ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତି ମେଢ଼ ସମ୍ମୁଖ ଭାଗରେ ରହିବ। ମେଢ଼ର ପଛଭାଗକୁ ୫ ଭାଗରେ ବିଭକ୍ତ କରାଯାଇ ଭୂତାଣୁ ଆଇସୋଲେଶନ, କୋଷ ବିଭାଜନ, ଅଭିବୃଦ୍ଧି, ଭୂତାଣୁ ଷ୍ଟୋରେଜ୍‌ ସିଷ୍ଟମ୍‌, ଭୂତାଣୁ ଗବେଷଣା ଲାବରେଟୋରି, ବାୟୋରିଆକ୍ଟରରେ ଟିକା ପ୍ରସ୍ତୁତି ଏବଂ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପ୍ରଦର୍ଶିତ ହେବ। କ୍ୟାବିନ ବାହାରେ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ଥାନିତ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri