ଅନ୍ଧାରୁଆରେ ହେବ କୋଭିଡ୍‌ ଟିକା ଉତ୍ପାଦନ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍‌) ଦ୍ୱାରା ନିର୍ମିତ ଟିକା ଉତ୍ପାଦନ କେନ୍ଦ୍ରରୁ ୨୦୨୨ ଜୁନ୍‌ରୁ କୋଭିଡ୍‌-୧୯ ଟିକା ଉତ୍ପାଦନ ଆରମ୍ଭ ହେବ। ଓଡ଼ିଶା ଗସ୍ତରେ ଆସିଥିବା ବିବିଆଇଏଲ୍‌ ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା ଏନେଇ ସୂଚନା ଦେଇଛନ୍ତି। ବୁଧବାର ଲୋକସେବା ଭବନଠାରେ ସେ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ମନୋଜ ମିଶ୍ରଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି। ଅନ୍ଧାରୁଆଠାରେ ବିବିଆଇଏଲ୍‌ ଦ୍ୱାରା ଏକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଠାରେ କରୋନା ସମେତ ମ୍ୟାଲେରିଆ ଆଦି ୧୦ଟି ଟିକା ଉତ୍ପାଦନ ହେବ। କମ୍ପାନୀ ପକ୍ଷରୁ ମ୍ୟାଲେରିଆ, ହଇଜା, ଜାପାନିଜ ଲନସେଫାଲାଇଟସ, କୁକୁର କାମୁଡ଼ା ଇତ୍ୟାଦି ରୋଗର ଟିକା ପ୍ରସ୍ତୁତ କରାଯାଉଛି।