୧୬୧ କୋଟି ଲୋକଙ୍କୁ ଦିଆ ଗଲାଣି କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨ ।୧: ଦେଶରେ ଏପର୍ଯ୍ୟନ୍ତ ୧୬୧.୦୫ କୋଟି ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆ ସରିଥିବା ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ୫୮,୩୭,୨୦୯ ଭ୍ୟାକ୍ସିନ ଦିଆଯାଇଛି । ସେହିପରି ଏବେ ପର୍ଯ୍ୟନ୍ତ ୭୪,୨୭,୭୦୦ ବୁଷ୍ଟର ଡୋଜ ଦିଆ ସରିଲାଣି । ସୂଚନାଯୋଗ୍ୟ, ଗତବର୍ଷ ୧୬ ଜାନୁୟାରୀରୁ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରାଯାଇଥିଲା କରୋନା ଟିକାକରଣ କାର୍ଯ୍ୟକ୍ରମ । ସେହିପରି ଚଳିତ ବର୍ଷ ୩ ଜାନୁୟାରୀରୁ ୧୫-୧୮ ବର୍ଷ ବୟସର କିଶୋରଙ୍କୁ କରୋନା ଟିକା ଦେବା ଆରମ୍ଭ କରାଯାଇଛି । ଏହାସହ ମନ୍ତ୍ରଣାଳୟ କହିଛି କରୋନା ସଂକ୍ରମିତଙ୍କ ଟିକାକରଣ ୩ ମାସ ପରେ କରାଯିବ । ଏଥିରେ ବୁଷ୍ଟର ଡୋଜକୁ ବି ସାମିଲ କରାଯିବ ।

Share