କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ ଉପଜିଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି। ଏକତା ମାର୍କେଟ ଓ ଅପର୍ତିବିନ୍ଧା ଛକରେ ଥିବା ଏହି ଦୋକାନଗୁଡିକ ମଧ୍ୟରେ ୨ଟି ଆଳୁ ଓ ପିଆଜ ଦୋକାନ ରହିଥିବା ବେଳେ ଅନ୍ୟ ୪ ଗ୍ରୋସରୀ ଦୋକାନ। ସହରାଞ୍ଚଳ ପୋଲିସ ଉପସ୍ଥିତିରେଏଗୁଡିକୁ ସିଲ କରାଯାଇଛି।