ବେସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିବ…

ନୂଆଦିଲ୍ଲୀ,୨୭।୨: ଭାରତରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରେ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ତେବେ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏପରିସ୍ଥିତିରେ ବେସରକାରୀ ଡାକ୍ତରଖାନାରେ ଗୋଟିଏ ଡୋଜ୍‌ କରୋନା ଟିକାର ଦାମ୍‌ ୨୫୦ ଟଙ୍କା ହୋଇପାରେ। ଏଥିରେ ୧୦୦ ଟଙ୍କା ସର୍ଭିସ ଚାର୍ଜ ରହିଛି।

ଏ ସମ୍ପର୍କରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି। ଟିକାର ଏକ ନିଶ୍ଚିତ ମୂଲ୍ୟ ହେବ। କ୍ୟାପିଂ ନାହିଁ। କୁହାଯାଉଛି, ସରକାର ଆଜି କିମ୍ବା କାଲି ଘରୋଇ ଡାକ୍ତରଖାନାରେ କରୋନା ଟିକାର ମୂଲ୍ୟ ଘୋଷଣା କରିବେ। ମାର୍ଚ୍ଚ ୧ରୁ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟିକା ଦିଆଯିବ। ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଏହି ଟିକା ଦିଆଯିବ।

ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ନାଟକ, ତାମିଲନାଡୁ ଏବଂ ଗୁଜରାଟରେ କରୋନା ସଂକ୍ରମିତଙ୍କ ସଂଖ୍ରା ବଢ଼ିଚାଲିଛି। ଏସବୁ ରାଜ୍ୟରେ ୨୪ ଘଣ୍ଟାରେ ୮୩୩୩ ନୂଆ କେସ୍‌ ସାମ୍ନାକୁ ଆସିଛି।

Share