ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ

ବୌଦ୍ଧ,୨୦ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲାରେ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ା ଦୀର୍ଘ ଦିନ ପରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାର ବୌଦ୍ଧ ବ୍ଲକରୁ ୯ ଜଣ, ହରଭଙ୍ଗା ବ୍ଳକରୁ ୮ ଜଣ ଓ ସୋନପୁର ଜିଲାର ଜଣେ ବ୍ୟକ୍ତି ବୌଦ୍ଧ ଆସି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏପଟେ ପ୍ରଶାସନ ପକ୍ଷରୁ ସମସ୍ତ ଟିଏମ୍‌ସି ସେଣ୍ଟର ବନ୍ଦ କରାଯାଇଥିବାରୁ ଜିଲାବାସୀଙ୍କ ଚିନ୍ତା ବଢିଛି। ଏପରି ସ୍ଥଳେ ଜନସାଧାରଣ କୋଭିଡ ନିୟମ କଡାକଡି ପାଳନ କରୁ ନ ଥିବା ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୧୮ ପଜିଟିଭ ଚିହ୍ନଟ ପରେ ଆଗକୁ ସ୍ଥିତି କିପରି ରହିବ ସେନେଇ ପ୍ରଶାସନ ଚିନ୍ତାରେ ପଡିଛି।