Categories: ଜାତୀୟ

ଦିବ୍ୟାଙ୍ଗ, ଚାଲିବାକୁ ଅକ୍ଷମ ଥିବା ଲୋକଙ୍କୁ ଘରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨୪ ।୯: କରୋନା ମହାମାରୀକୁ ହରାଇବା ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ ଅଭିଯାନ । ହେଲେ ଦିବ୍ୟାଙ୍ଗ ଓ ଚାଲି ପାରୁ ନ ଥିବା ଲୋକେ କରୋନା ଟିକା ନେବାରେ ସାମନ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦେଖି ଏବେ କେନ୍ଦ୍ର ସରକାର କହିଛନ୍ତି ଦିବ୍ୟାଙ୍ଗ ଓ ଚାଲି ନ ପାରୁଥିବା ଲୋକଙ୍କୁ ଘରେ କରୋନା ଟିକା ଦିଆଯିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ କିଛି ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ କରୋନା ଟିକା ଦେଉଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କରୋନାର ଦ୍ୱିତୀୟ ଲହର ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ତେଣୁ ଏବେବି ଆମକୁ କରୋନାର ସମସ୍ତ କଟକଣାକୁ ମାନିବାକୁ ପଡିବ । ଏମିତି ହେଲେ ତୃତୀୟ ଲହରଠାରୁ ଆମେ ସହଜରେ ଦୂରେଇ ପାରିବା ।

Share