୨୯୮ ବଗିରେ କୋଭିଡ୍‌ ଆଇସୋଲେଶନ ସେଣ୍ଟର…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ରେଲଓ୍ବେ ପକ୍ଷରୁ ୨୯୮ ବଗିରେ ଆକ୍ରାନ୍ତଙ୍କ ପାଇଁ କୋଭିଡ୍‌ ଆଇସୋଲେଶନ ସେଣ୍ଟର ନିର୍ମାଣ କରାଯାଇଛି। ଏଗୁଡ଼ିକୁ କୋଭିଡ୍‌ କେୟାର କୋଚ୍‌ ଭାବେ ନାମିତ କରାଯାଇଛି। ଦେଶର ୧୭ଟି ଷ୍ଟେଶନରେ ଏହା ରହିଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୪,୭୦୦ରୁ ଅଧିକ ବେଡ୍‌ ରହିଛି। ମହାରାଷ୍ଟ୍ରରେ ୬୦ ବଗିକୁ ରଖାଯାଇଛି। ସେହିପରି ମଧ୍ୟପ୍ରଦେଶରେ ୪୨, ଦିଲ୍ଲୀରେ ୭୫, ଉତ୍ତରପ୍ରଦେଶରେ ୫୦ କୋଚ୍‌ ରହିଛି। ଆସାମରେ ମଧ୍ୟ କେତେକ କୋଚ୍‌ ରଖାଯାଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share