କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍‌ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି ଏହା ଭିତରେ କୌଣସି ନୂଆ ଭାରିଆଣ୍ଟ ନ ଆସେ ଏବଂ ଲୋକେ ସତର୍କତା ଅବଲମ୍ବନ ଜାରି ରଖନ୍ତି ତେବେ ଆସନ୍ତା ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍‌ ସଂକ୍ରମଣ ସଂଖ୍ୟା ବହୁମାତ୍ରାରେ କମିଯିବ। ଯଦି ଓମିକ୍ରନ୍‌ ଭାରିଆଣ୍ଟ ସମ୍ପୂର୍ଣ୍ଣ ଭାବେ ଡେଲ୍ଟା ସ୍ଥାନକୁ ଅକ୍ତିଆର କରିନିଏ ତେବେ କରୋନାର ଅନ୍ତ (ଏଣ୍ଡେମିକ୍‌) ଆରମ୍ଭ ହୋଇଯିବ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ମହାମାରୀ ବା ଏପିଡେମିଓଲୋଜିକାଲ ଡିପାର୍ଟମେଣ୍ଟର ମୁଖ୍ୟ ସମୀରନ୍‌ ପଣ୍ଡା ଦାବି କରିଛନ୍ତି।
ଉପରେ ହୋଇଥିବା ଗାଣିତିକ ପ୍ରୋଜେକସନ ଅନୁସାରେ ଡିସେମ୍ବର ୧୧ରୁ ଆରମ୍ଭ ହୋଇଥିବା ଓମିକ୍ରନ୍‌ ଲହର ୩ ମାସ ପର୍ଯ୍ୟନ୍ତ ରହିବ। ମାର୍ଚ୍ଚ ୧୧ ପରଠାରୁ ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିବ। ତେବେ ଏ ଦିଗରେ ଅଧିକ ନିଶ୍ଚିତ ହେବା ପୂର୍ବରୁ ଆମକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କୋଭିଡ୍‌ କେସ୍‌ ଉପରେ ନଜର ରଖିବାକୁ ପଡ଼ିବ। କାରଣ ଏବେ ମଧ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ମାମଲା ଆଖିଦୃଶିଆ ଭାବେ କମିନାହିଁ ବୋଲି ସମୀରନ୍‌ ପଣ୍ଡା କହିଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟଗୁଡ଼ିକରେ ମଧ୍ୟ କରୋନା ସ୍ଥିତି ଭିନ୍ନ ରହିଛି। ସେହିପରି ମନ୍‌ଲୁପିରାଭିର୍‌ର ବ୍ୟବହାରକୁ ନେଇ ଡିସିଜିଆଇ ଏବଂ ଆଇସିଏମ୍‌ଆର୍‌ ମଧ୍ୟରେ ମତ ପାର୍ଥକ୍ୟ ଚର୍ଚ୍ଚା ଉପରେ ସେ କହିଛନ୍ତି, ଟିକା ନେଇ ନ ଥିବା ସଂକ୍ରମିତଙ୍କୁ ଏହି ଔଷଧ ଦିଆଯାଇପାରିବ। କିନ୍ତୁ ଜଣେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁଙ୍କୁ ମନ୍‌ଲୁପିରାଭିର ଦିଆଯିବା ନେଇ କୌଣସି ଗାଇଡ୍‌ଲାଇନ ନାହିଁ। ତେଣୁ ତାହା ପ୍ରୋଟୋକଲ ମଧ୍ୟରେ ଆସୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri