କୋଭିଡ୍‌ ବେଡ୍‌ ୫ ଗୁଣା ବଢ଼ିବ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବାବେଳେ ବେଡ୍‌, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଛି। ତେଣୁ ରବିବାର ଏକ ଜରୁରୀ ବୈଠକ ବସି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ବେଡ୍‌ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ୍‌ ବୃଦ୍ଧି କରାଯିବ। ଆଇସିୟୁ ବଢ଼ାଇବା ଏତେଟା ସମ୍ଭବପର ନୁହେଁ। କାରଣ ଆଇସିୟୁ ପାଇଁ ସେଟ୍‌ଅପ୍‌ ଦରକାର। ତଥାପି ପ୍ରାୟ ୨ ଗୁଣ ଆଇସିୟୁ ବେଡ୍‌ ବୃଦ୍ଧି କରାଯିବ। ୪ଟି ଶ୍ରେଣୀର ବେଡ୍‌ର ଆବଶ୍ୟକତା ରହିଛି। ସାଧାରଣ ବେଡ୍‌, ଅକ୍ସିଜେନ ସପୋର୍ଟ ବେଡ୍‌, ଆଇସିୟୁ ବେଡ୍‌ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍‌। ନିୟମାନୁସାରେ ୧୦୦ ବେଡ୍‌ରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ୍‌ ଦରକାର। ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍‌ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଡା. ମିଶ୍ର କହିଛନ୍ତି।
ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାରେ କୌଣସି ସ୍ଥାନରେ ରୋଗୀ ତଳେ ଶୋଇବା ନଜରକୁ ଆସିନାହିଁ। ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ବେଡ୍‌, ଆଇସିୟୁ ଓ ଲଜିଷ୍ଟିକ ବୃଦ୍ଧି କରାଯାଉଛି। ଦ୍ବିତୀୟ ଲହର କରୋନାରେ ସଂକ୍ରମଣ ହାର ବଢ଼ିଛି କିନ୍ତୁ ମୃତ୍ୟୁହାର କମ୍‌ ରହୁଛି। ତେବେ ବର୍ତ୍ତମାନ ୩୦ପ୍ରତିଶତ ବେଡ୍‌ରେ ରୋଗୀ ଅଛନ୍ତି। ଆହୁରି ୭୦ ପ୍ରତିଶତ ବେଡ୍‌ ଖାଲି ଅଛି। ଆଇସିୟୁ ବେଡ୍‌ ୬୦ପ୍ରତିଶତ ବ୍ୟବହାର ହେଉଛି। ଶୀଘ୍ର ବେଡ୍‌ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ତେଣୁ ଆଶା ଅଛି କୌଣସି ସ୍ଥିତିରେ ବେଡ୍‌ ଓ ଆଇସିୟୁର ଅଭାବ ରହିବ ନାହିଁ। ସେହିପରି ଡାକ୍ତରଙ୍କର ଅଭାବ ନାହିଁ। ପୂର୍ବରୁ ଗବେଷକମାନେ ଆକଳନ କରିଥିଲେ ଏପ୍ରିଲ ମାସରେ ସଂକ୍ରମଣ ବୃଦ୍ଧି ପାଇବ। କିନ୍ତୁ ଏବେ ଯାହା ଆକଳନ ହୋଇଛି, ମେ’ ମାସରେ ଆହୁରି ବୃଦ୍ଧି ପାଇବ। ଯେଉଁ ସ୍ଥାନରେ ଆବଶ୍ୟକ ସେହି ସ୍ଥାନରେ ବେଡ୍‌ ବୃଦ୍ଧି କରାଯିବ। ନିଷ୍ପତ୍ତି ଅନୁସାରେ, ଆହୁରି ଆଇସିୟୁ ବେଡ୍‌ କିଣାଯିବ। ଅନ୍ୟପକ୍ଷରେ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀ ମାତ୍ର ୧୬ ପ୍ରତିଶତ ଅଛନ୍ତି। ବୁର୍ଲାରେ ଏଚ୍‌ଡିୟୁ ଓ ଆଇସିୟୁକୁ ମିଶାଇ ୧୨୫ଟି ବେଡ୍‌ ବଢ଼ାଇବାକୁ ଯୋଜନା ହୋଇଛି। ଏସ୍‌ସିବିରେ ୫୦ ଓ ବଲାଙ୍ଗୀରରେ ୪୦ଟି ଆଇସିୟୁ ବେଡ୍‌ ବଢ଼ାଯିବ। ରାଜ୍ୟରେ ୨୯ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଆବଶ୍ୟକତା ପୂରଣ କରୁଛନ୍ତି। ଷ୍ଟିଲ ପ୍ଲାଣ୍ଟ, ପେଟ୍ରୋକେମିକାଲ ଶିଳ୍ପ ଭଳି ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଅକ୍ସିଜେନ ଯୋଗାଇ ପାରିବେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏକାକୀ ୧୭୦୦ ମେଟ୍ରିକ ଟନ୍‌ ଅକ୍ସିଜେନ ଉତ୍ପାଦନ କରିବାକୁ ସକ୍ଷମ। ତେଣୁ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଅକ୍ସିଜେନ ଆବଶ୍ୟକତାକୁ ପୂରଣ କରିପାରିବୁ। ସେଥିପାଇଁ କୌଣସି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ଅଭାବ ହେବ ନାହିଁ ବୋଲି କହିଛନ୍ତି ଡିଏମ୍‌ଇଟି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri