କରୋନାର ନୂଆ ଷ୍ଟ୍ରେନରେ ବି କାମ କରିବ ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢାଇ ଦେଇଛି । ଦେଶରେ ଏହା ପ୍ରବେଶ କରି ସାରିଥିବା ବେଳେ ଏହା କେତେ ମାରାତ୍ମକ ତାହା ପ୍ରମାଣିତ ନ ହୋଇଥିଲେ ବି ଏହା ପୂର୍ବାପେକ୍ଷା ଅଧିକ କ୍ଷତି କରିବ ବୋଲି କୁହାଯାଉଛି । ଏବେ ଦେଶରେ କରୋନା ନୂଆ ଷ୍ଟ୍ରେନରେ ୬ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଏହାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ଭ୍ୟାକ୍ସିନ ନୂଆ ଷ୍ଟ୍ରେନ୍ ଉପର ମଧ୍ୟ କାମ କରିବ, ତେଣୁ ଡରିବାର କୌଣସି କାରଣ ନାହିଁ । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଭ୍ୟାକ୍ସିନ ୟୁନାଇଟେଡ କିଙ୍ଗଡମ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଭାରିଏଣ୍ଟବିପକ୍ଷରେ କାମ କରିବ । ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ନାହିଁ ଯେ ଭ୍ୟାକ୍ସିନ କରୋନା ଭାରିଏଣ୍ଟରୁ ବଞ୍ଚାଇବାରେ ବିଫଳ ହେବ ।

Share