ତିଳେଇବଣି ବ୍ଲକଠାରେ କୋଭିଡ-୧୯ ଟିକାକରଣ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.)- ଦେବଗଡ ଜିଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ଼୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ା ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲା ଯାଇଥିବା କୋଭିଡ -୧୯ ଭ୍ୟାକ୍ସିନ ସେଲ ଠାରେ ଜିଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା ସୋମବାର ତିଳେଇବଣି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଡ଼ା.ଅର୍ପିତାଶାନ୍ତି ଲାକ୍ରା ଏବଂ ଡ଼ିପିଏମ୍‌ ଉମେଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ପ୍ରଥମେ ଡ଼ା. ଅର୍ପିତା ଶାନ୍ତି ଲାକ୍ରା କୋଭିଡ଼୍‌-୧୯ ଟିକା ନେଇଥିଲେ ା ପରେ ଜିତେନ୍ଦ୍ର କୁମାର ଦ୍ୱିବେଦୀ, ବିପିଏମ୍‌ ନିଶାକର ବେହେରା, ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ମିଶାଇ ମୋଟ ୮୫ ଜଣଙ୍କୁ କୋଭିଡ଼-୧୯ ଟିକା ଦିଆଯାଇଥିଲା ା ଉକ୍ତ ଟିକାକରଣ କାର୍ଯ୍ୟକ୍ରମକୁ ବିଡ଼ିଏମ୍‌ ଦିପୁନ ସାହୁ ଓ ଘନଶ୍ୟାମ ସାହୁ ଓ ଦେବାଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ା ସୂଚନାଯୋଗ୍ୟ ଯେ, ଜିଲା ମୁଖ୍ୟ ଡ଼ାକ୍ତରଖାନା ୧୨୯, ତିଳେଇବଣି ୮୫,ବାରକୋଟ ୭୯, ଛତାବର ୧୦୯ ଏପରି ମୋଟ ୪୦୨ ଜଣଙ୍କୁ ଟିକା ଦେଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ା