Categories: ଖେଳ

କରୋନାକୁ ହରାଇଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୯।୪: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କରୋନାକୁ ପରାସ୍ତ କରିଛନ୍ତି। ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛନ୍ତି। ସଚିନ ଏବେ କିଛି ଦିନ ଘରେ ବିଶ୍ରାମ ନେବେ। ମାର୍ଚ୍ଚ ୨୭ରେ ସଚିନ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ହୋମ ଆଇସୋଲେସନରେ ଥିଲେ। କିନ୍ତୁ ଏପ୍ରିଲ ୨ ରେ ସଚିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର ନିକଟରେ ସଡକ ସୁରକ୍ଷା ବିଶ୍ୱ ସିରିଜରେ ଅଂଶଗ୍ରହଣ କରିଥିଲେ। ସିରିଜ୍‌ରେ ସେ ଇଣ୍ଡିଆନ୍ସ ଲିଜେଣ୍ଡ୍ସର ଅଧିନାୟକ ଥିଲେ। ସଚିନଙ୍କ ଅଧିନାୟକତ୍ୱରେ ଇଣ୍ଡିଆନ୍ସ ଲିଜେଣ୍ଡ୍ସ ଚାମ୍ପିଅନ ହୋଇଥିଲା ଏବଂ ଫାଇନାଲରେ ଦଳ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତ କରିଥିଲା। ତେବେ ଏହି ଟୁର୍ନାମେଣ୍ଟର କିଛି ଦିନ ପରେ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଥିଲେ।

Share