ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ସୋମବାର ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨,୮୧,୮୬୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ କୋଟି ୪୯ଲକ୍ଷ ୬୪ ହଜାର ୯୨୫ ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୨ କୋଟି ୧୧ ଲକ୍ଷ ୬୭ ହଜାର ୬୦୯ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩୭ ଲକ୍ଷ ୦୪ହଜାର ୮୯୩ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୪୧୧କୁ ବୃଦ୍ଧି ପାଇଛି।

Share