Categories: ଜାତୀୟ

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫,୮୩୩ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, କରୋନାର ନୂଆ ମାମଲା ପ୍ରକାଶ ପାଇବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯,୭୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୫୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ଲୋକ ସୁସ୍ଥ ହୋଇଥିବାବେଳେ ୨ ଲକ୍ଷ ୭୧ ହଜାର ୨୮୨ ସକ୍ରିୟ ମାମଲା ରହିଛି। ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୯ ହଜାର ୩୭୦କୁ ବୃଦ୍ଧି ପାଇଛି।

Share