Categories: ଜାତୀୟ

୪୪ ଦିନ ପରେ ଦୁଇ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୨୮।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧,୮୬,୧୬୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୦୦୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୭୫ଲକ୍ଷ ୫୫ ହଜାର ୪୫୭ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୨୩ଲକ୍ଷ ୪୩ହଜାର ୧୫୨ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫କୁ ବୃଦ୍ଧି ପାଇଛି।

Share