Categories: ଜାତୀୟ

କରୋନା ଭୟରେ ୧୫ ମାସ ହେଲା ଘରେ ବନ୍ଦୀ

ନୂଆଦିଲ୍ଲୀ,୨୩।୭: କରୋନା ସଂକ୍ରମଣ ଭୟରେ ଆନ୍ଧ୍ରପ୍ରଦେଶର କଡାଲି ଗ୍ରାମରେ ଗୋଟିଏ ପରିବାର ୧୫ ମାସ ହେଲା ଏକ ଟେଣ୍ଟ ହାଉସ୍‌ରେ ବନ୍ଦୀ ଜୀବନ ବିତାଉଥିଲା। ବୁଧବାର ପୋଲିସ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଛି। ଗାଁ ସରପଞ୍ଚଙ୍କ କହିବା ମୁତାବକ, ଜଣେ ପଡୋଶୀଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଥିଲା। ଏଥିରେ ରୁଥମ୍ମା(୫୦), କନ୍ଥାମଣି(୩୨) ଓ ରାନି(୩୦) ଭୟଭିତ ହୋଇ ୧୫ ମାସ ହେଲା ଏକ ଟେଣ୍ଟ ହାଉସ୍‌ ଭିତରେ ତାଲା ଦେଇ ରହିଥିଲେ। ଏକ ସରକାରୀ ଯୋଜନାରେ ସାମିଲା ହେବା ପାଇଁ ଜଣେ ସ୍ବେଚ୍ଛାସେବୀ ସେମାନଙ୍କ ଟିପଚିହ୍ନ ଆଣିବାକୁ ଯାଇଥିଲେ। ପରେ ଘଟଣା ପଦାକୁ ଆସିଥିଲା। ଏନେଇ ସ୍ବେଚ୍ଛାସେବୀ ଜଣକ ସରପଞ୍ଚ ଏବଂ ଗ୍ରାମର ଅନ୍ୟ କିଛି ଯୁବଙ୍କୁ ଜଣାଇଥିଲେ।

Share