କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ଯଥାଶୀଘ୍ର ସମ୍ଭବ ମିଳିଯିବ। କୋଭାକ୍ସିନର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଏହାର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିପାରେ।

Share