କୋଭାକ୍ସିନ ୭୮% ଫଳପ୍ରଦ

ହାଇଦ୍ରାବାଦ, ୨୨।୪: ଭାରତ ବାୟୋଟେକ୍‌ ପ୍ରସ୍ତୁତ ‘କୋଭାକ୍ଦିନ’ ମୋଟାମୋଟି ଭାବେ ୭୮% ଫଳପ୍ରଦ ବୋଲି ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରୁ ଜଣାପଡ଼ିଛି। ତେବେ ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ଏହା ୧୦୦% ଫଳପ୍ରଦ । ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ବିଶ୍ଳେଷଣରୁ ଭାକ୍ସିନ ୮୧% ସଫଳ ଘୋଷଣା କରାଯାଇଥିଲା। ଦ୍ୱିତୀୟ ବିଶ୍ଳେଷଣ ବେଳେ ୮୭ରୁ ଊର୍ଦ୍ଧ୍ୱ ଲୋକଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖାଯାଇଥିଲା। ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ୭୮% ଫଳପ୍ରଦ ସାବ୍ୟସ୍ତ ହୋଇଛି।

ଡବଲ୍‌ ମ୍ୟୁଟାଣ୍ଟକୁ ନିଷ୍କ୍ରିୟ କରୁଛି

କୋଭାକ୍ସିନ କରୋନାର ଡବଲ ମ୍ୟୁଟାଣ୍ଟ ରୂପକୁ ସଫଳତାର ସହ ନିଷ୍କ୍ରିୟ କରିପାରୁଥିବା ଆଇସିଏମ୍‌ଆର୍‌ କହିଛି। ଭାରତ ବାୟୋଟେକ୍‌ ପ୍ରସ୍ତୁତ ଏହି ଟିକା ସାର୍ସ-କୋଭ-୨ର ବିଭିନ୍ନ ରୂପକୁ ନିଷ୍କ୍ରିୟ କରୁଥିବା ଆଇସିଏମ୍‌ଆର୍‌ ଟୁଇଟ୍‌ କରିଛି। ଆଇସିଏମ୍‌ଆର ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ପକ୍ଷରୁ ଭୂତାଣୁର ବ୍ରିଟେନ ଭାରିଆଣ୍ଟ ବି.୧.୧.୭, ବ୍ରାଜିଲ ଭାରିଆଣ୍ଟ ବି.୧.୧.୨୮ ଏବଂ ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ବି.୧.୩୫୧ ଉପରେ ଟିକାର ପରୀକ୍ଷା କରାଯାଇଥିଲା। ବ୍ରିଟେନ ଏବଂ ବ୍ରାଜିଲ ଭାରିଆଣ୍ଟକୁ ନିଷ୍କ୍ରିୟ କରିବାରେ କୋଭାକ୍ସିନ ସଫଳ ହୋଇଛି।

Share