ଭୁବନେଶ୍ୱରରେ କୋଭାକ୍ସିନ, ବାକିି କୋଭିଶିଲ୍ଡ

ଭୁବନେଶ୍ୱର, ୧୪।୧(ବ୍ୟୁରୋ) :ଓଡ଼ିଶାକୁ ଦୁଇ ପ୍ରକାର କରୋନା ଟିକା ଆସିଛି। ‘କୋଭିଶିଲ୍ଡ’ ଟିକାର ୪ଲକ୍ଷ ୮ହଜାର ଡୋଜ୍‌ ଓ ‘କୋଭାକ୍ସିନ’ର ୨୦ହଜାର ଡୋଜ୍‌ ଆସିଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ କାହାକୁ କେଉଁ ଟିକା ଦିଆଯିବ ଏବଂ କେଉଁ ଜିଲାରୁ କେତେଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏସବୁ ଟିକା ୧,୯୨,୫୫୫ଜଣ ନେଇପାରିବେ। ସେଥିମଧ୍ୟରୁ ଭୁବନେଶ୍ବରରେ ୯,୦୦୦ ଓ ଅନ୍ୟ ଅଞ୍ଚଳର ୧,୮୩,୫୫୫ଜଣ ଟିକା ନେବେ। ତେବେ କେବଳ ଭୁବନେଶ୍ୱରବାସୀଙ୍କୁ ‘କୋଭାକ୍ସିନ’ ଟିକା ଦିଆଯିବାକୁ ଥିବାବେଳେ ରାଜ୍ୟର ଅନ୍ୟ ସବୁଠି ‘କୋଭିଶିଲ୍ଡ’ ଟିକା ଦିଆଯିବ। ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବାକୁ ନେଇ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ବିବାଦ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସରକାରୀ ବ୍ୟବସ୍ଥା ଅନୁଯାୟୀ ଆମେ ଏହି ଟିକା ନେବାକୁ ବାଧ୍ୟ। ତେଣୁ ଆମ ସୁରକ୍ଷା ଭଗବାନଙ୍କ ହାତରେ ବୋଲି ସେ କହିଛନ୍ତି।
କଟକ ଜିଲାରେ ସର୍ବାଧିକ ୧୭,୧୯୦ଜଣ ‘କୋଭିଶିଲ୍ଡ’ ଟିକା ନେବାକୁ ଥିବାବେଳେ ଗଞ୍ଜାମରେ ୧୫,୧୨୦, ମୟୂରଭଞ୍ଜ ୧୦,୭୧୦, ସୁନ୍ଦରଗଡ଼ ୯,୯୪୫, ବାଲେଶ୍ବର ୭,୫୬୦, କୋରାପୁଟ ୭,୪୭୦, କେନ୍ଦୁଝର ୭,୨୯୦, ବଲାଙ୍ଗୀର ୭,୨୦୦, ଯାଜପୁର ୬,୮୮୫, ସମ୍ବଲପୁର ୬,୭୫୦, ବରଗଡ଼ ୬,୫୨୫, ନବରଙ୍ଗପୁର ୬,୩୦୦, ପୁରୀ ୬,୩୦୦, କଳାହାଣ୍ଡି ୬,୧୨୦, ଖୋର୍ଦ୍ଧା ୫,୫୩୫, କେନ୍ଦ୍ରାପଡ଼ା ୪,୯୯୫, ଭଦ୍ରକ ୪,୯୯୫, ରାୟଗଡ଼ା ୪,୮୬୦, ଜଗତ୍‌ସିଂହପୁର ୪,୫୯୦, କନ୍ଧମାଳ ୪,୫୯୦, ଅନୁଗୋଳ ୪,୫୯୦, ଢେଙ୍କାନାଳ ୪,୫୦୦, ଗଜପତି ୪,୦୫୦, ନୟାଗଡ଼ ୩,୬୦୦, ସୁବର୍ଣ୍ଣପୁର ୩,୨୮୫, ନୂଆପଡ଼ା ୩,୨୪୦, ମାଲକାନଗିରି ୩,୨୪୦, ଝାରସୁଗୁଡ଼ା ୨,୮୮୦, ବୌଦ୍ଧ ୧,୭୫୫ ଓ ଦେବଗଡ଼ରୁ ୧,୪୮୫ ଜଣ ଏହି ଟିକା ନେବେ। ରାଜ୍ୟ ଭାକ୍ସିନ ଇନ୍‌ଚାର୍ଜ ବିଜୟ ପାଣିଗ୍ରାହୀଙ୍କ କହିବା ମୁତାବକ, ଓଡ଼ିଶାକୁ ବର୍ତ୍ତମାନ ମୋଟ୍‌ ୪,୨୮,୦୦୦ ଟିକା ଆସିଛି। ପ୍ରଥମ ଡୋଜ୍‌ରେ ୫୦% ଟିକା ବ୍ୟବହାର କରାଯିବ। ଏହାର ୨୮ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri