Posted inଜାତୀୟ

ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟକୁ କୋର୍ଟ ବିଚାର ପାଇଁ ଗ୍ରହଣ ପାରିବେ ନାହିଁ: ହାଇକୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୨୮।୧୧ : ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ପିଟିଶନରେ ଦାବି କରାଯାଇଥିଲା ପ୍ରତିବର୍ଷ ମହାରାଷ୍ଟ୍ରରେ ଅସୁରକ୍ଷିତ ଜଳ ନିଷ୍କାସନ ପରିଚାଳନା ଯୋଗୁଁ ୧୫୦୦-୨୦୦୦ଲୋକଙ୍କର ମୃତ୍ୟୁ ଘଟୁଛି। ମୁଖ୍ୟ ବିଚାରପତି ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ଆରିଫ ଡାକ୍ତରଙ୍କ ଡିଭିଜନ ବେଞ୍ଚ ଅଜିତ ସିଂ ଘୋରପେଡଙ୍କ ଏହି ପିଆଇଏଲ ଶୁଣିବାକୁ ମନା କରି ଦେଇଛନ୍ତି।

ଜଳ ନିଷ୍କାସନ ପରିଚାଳନାର ସୁରକ୍ଷା ପାଇଁ ପିଆଇଏଲରେ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଶୁଣାଣି ସମୟରେ ବେଞ୍ଚ ଆବେଦନକାରୀଙ୍କ ଓକିଲ ମନିନ୍ଦର ପାଣ୍ଡେଙ୍କୁ ପଚାରିଥିଲେ ଅସୁରକ୍ଷିତ ଜଳ ନିଷ୍କାସନ ଯୋଗୁଁ ପ୍ରତିବର୍ଷ ଯେଉଁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ଉଲ୍ଲେଖ କରାଯାଇଛି ସେହି ତଥ୍ୟ ଆପଣ କେଉଁଠାରୁ ହାସଲ କରିଛନ୍ତି। ବଏହା ଉପରେ ଓକିଲ କହିଥିଲେ ସେ ଏହି ଖବର କିଛି ଖବରକାଗଜ ଏବଂ ସୋସିଆଲ ମିଡିଆରୁ ପାଇଛନ୍ତି।

ଏହା ଉପରେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ପିଆଇଏଲ ଯୁକ୍ତିର ଅଂଶ ହୋଇପାରିବ ନାହିଁ। କୋର୍ଟ ଆବେଦନକାରୀଙ୍କୁ ତାଗିଦ କରି କହିଛନ୍ତି, ଆପଣ କିପରି ଏତେ ବେପରୁଆ ହୋଇ ନ୍ୟାୟପାଳିକାର ସମୟ ନଷ୍ଟ କରୁଛନ୍ତି। ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯଦି କେହି ପିକନିକ କରିବାକୁ ଯାଇ ହଠାତ ବୁଡ଼ିଗଲେ, ତେବେ ଏହା କିପରି ଧାରା ୧୪ ଏବଂ ୨୧ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ ହେବ? କୋର୍ଟ ପଚାରିଛନ୍ତି, ଆପଣ ଚାହୁଁଛନ୍ତି କି ପ୍ରତ୍ୟେକ ଝରଣା ଏବଂ ଜଳ ଉତ୍ସ ନିକଟରେ ପୋଲିସ ନିୟୋଜିତ କରାଯିବ? ସମ୍ପୂର୍ଣ୍ଣ ତଥ୍ୟ ସହିତ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri