Posted inଜାତୀୟ

କୋର୍ଟଙ୍କ ବଡ଼ ରାୟ, ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ

ନୂଆଦିଲ୍ଲୀ,୭।୧:ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା ଚାକିରି ପାଆନ୍ତି, ତାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ପଡିପାରେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦିଓ CrPC ର ଧାରା ୧୨୫ ଅନୁଯାୟୀ ତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ରକ୍ଷଣାବେକ୍ଷଣ ପାଇଁ ବୋହୂ ଦାୟୀ ନୁହଁନ୍ତି, ତେବେ ଏହାକୁ ନ୍ୟାୟ ପାଇଁ ବ୍ୟତିକ୍ରମ ଭାବରେ ପ୍ରୟୋଗ କରାଯାଇପାରେ।

ଏହି ରାୟ ଦେବାବେଳେ ଜଷ୍ଟିସ ହରପ୍ରୀତ ସିଂ ବେଞ୍ଚ ଫ୍ୟାମିଲି କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି। ଯେଉଁଥିରେ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ପ୍ରତିମାସରେ ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କହିରଖୁଛୁ କି, ଏହି ମାମଲା ୨୦୦୨ର, ଯେତେବେଳେ ଆବେଦନକାରୀ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ୨୦୦୫ରେ, ମହିଳାଙ୍କୁ ରେଳ କୋଚ କାରଖାନାରେ ଜୁନିୟର କିରାଣୀ ପଦରେ ଅନୁକମ୍ପା ନିଯୁକ୍ତି ଦିଆଯାଇଥିଲା। ଏହା ପରେ ସେ ତାଙ୍କ ଶାଶୁ ଘର ଛାଡି ପୁଅ ସହିତ ରହିଥିଲେ। ୨୦୨୨ରେ, ତାଙ୍କ ଶାଶୁ ଫ୍ୟାମିଲି କୋର୍ଟଙ୍କ ନିକଟକୁ ଯାଇ ରକ୍ଷଣାବେକ୍ଷଣ ପାଇଁ ଦାବି କରିଥିଲେ। ମାର୍ଚ୍ଚ ୨୦୨୪ରେ କୋର୍ଟ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି ଯେ, ଶାଶୁଙ୍କର ଅନ୍ୟ ପିଲାମାନେ ମଧ୍ୟ ଅଛନ୍ତି, ଯେଉଁମାନେ ସେମାନଙ୍କର ଯତ୍ନ ନେଇପାରିବେ ଏବଂ ଯୁକ୍ତି ମଧ୍ୟ କରିଛନ୍ତି ଯେ ଶାଶୁ ୨୦ବର୍ଷ ପରେ କୋର୍ଟରେ ପହଞ୍ଚିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଆୟ ମାସକୁ ୮୦ହଜାର ଟଙ୍କା ଏବଂ ସେ କ୍ଷତିପୂରଣ ଭାବରେ ମାସକୁ ୧୦ହଜାର ଟଙ୍କା ଦେବାକୁ ସକ୍ଷମ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri