ହାଇଦ୍ରାବାଦ,୧୯।୬: ହାଇଦ୍ରାବାଦ କୋର୍ଟ ପକ୍ଷରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି କରାଯାଇଛି। ସମନରେ ଅଭିନେତା ଅଲ୍ଲୁଙ୍କୁ ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି।
ସୂଚନା ଯୋଗ୍ୟ, ହାଇଦ୍ରାବାଦରେ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ହୋଇଥିଲା। ଦଳଚକଟାରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ୧୧ ନମ୍ବର ଅଭିଯୁକ୍ତ ଭାବେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି।