Categories: ଜାତୀୟ

ନାବାଳିକା ବଳାତ୍କାର, ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୃତ୍ୟୁଦଣ୍ଡାଦେଶ

ଗୁରୁଗ୍ରାମ,୨୧।୨: ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ପାନିପତ୍‌ର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ୪ ବର୍ଷ ପୂର୍ବେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ପୋକ୍ସୋ ମାମଲାରେ ହରିୟାଣାରେ ଏହା ସମ୍ଭବତଃ ପ୍ରଥମ ଡବଲ ମୃତ୍ୟୁଦଣ୍ଡାଦେଶ ବୋଲି କୁହାଯାଉଛି।

ଅଭିଯୁକ୍ତ ପ୍ରଦୀପ (୩୮) ଏବଂ ସାଗର (୩୬) ନାବାଳିକାଙ୍କ ଗାଁରେ ରହୁଥିଲେ। ୨୦୧୮ ଜାନୁୟାରୀରେ ସେମାନେ ନାବାଳିକାଙ୍କୁ ଅପହରଣ କରି ନିର୍ଯାତନା ଦେବା ସହ ବଳାତ୍କାର କରିଥିଲେ। ଏହା ପରେ ନିଜର ପରିଚୟ ଲୁଚାଇବାକୁ ଯାଇ ସେମାନେ ପୀଡ଼ିତାଙ୍କୁ ହତ୍ୟା କରିଥିଲେ। ଏହା ପରେ ସେମାନେ ଝିଅର ପୋଷାକକୁ ପୋଡ଼ିଦେବା ସହ ମୃତଦେହକୁ ଏକ ପୋଖରୀରେ ଫିଙ୍ଗିଦେଇଥିଲେ। ଏହା ଅତ୍ୟନ୍ତ ପୈଶାଚିକ ଅପରାଧ ବୋଲି ଦର୍ଶାଇ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ସୁମିତ୍‌ ଗର୍ଗ ଅଭିଯୁକ୍ତମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।

Share