Posted inଜାତୀୟ

ଅଭିନେତ୍ରୀ ଜିଆଙ୍କ ମୃତ୍ୟୁ ମାମଲାରେ ଅଧିକ ତଦନ୍ତ ଦରକାର ନାହିଁ

ମୁମ୍ବାଇ,୧୭।୯: ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଛି। କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଓ ଜିଆଙ୍କ ମା’ ରବିୟା ଖାନ ଏହି ଆବେଦନ କରିଥିଲେ।

ଏହି ମାମଲାରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ପାଇଁ ଅଭିନେତା ସୁରଜ ପାଞ୍ଚୋଲିଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜାମିନରେ ବାହାରେ ଅଛନ୍ତି।

ନିଜକୁ ଫାଶି ଦେବା ପାଇଁ ଜିଆ ବ୍ୟବହାର କରିଥିବା ଦୁପଟାକୁ ଚଣ୍ଡିଗଡ଼ସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ ଲାବୋରେଟୋରିକୁ ପଠାଇବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁମତି ମାଗିଥିଲା। ଜିଆ ଓ ପାଞ୍ଚୋଲିଙ୍କ ଫୋନରୁ ଡିଲିଟ୍‌ କରାଯାଇଥିବା ଚାଟ୍‌କୁ ରିଟ୍ରାଇଭ କରିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ (ଏଫ୍‌ବିଆଇ)କୁ ପଠାଯିବାର ଆବଶ୍ୟକତା ଅଛି। ଏଣୁ ସେମାନଙ୍କ ଫୋନ ଦରକାର ଥିବା ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ତେବେ ସିବିଆଇର ଆବେଦନକୁ ବିରୋଧ କରିଥିଲେ ପାଞ୍ଚୋଲିଙ୍କ ଓକିଲ ପ୍ରଶାନ୍ତ ପାଟିଲ। ଏ ସମ୍ପର୍କରେ ହାଇ କୋର୍ଟ ଓ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଫିଲ୍ମ ‘ନିଶବ୍ଦ’ ଓ ‘ଘଜନୀ’ ପାଇଁ ଜଣାଶୁଣା ଜିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାସଭବନରେ ୨୦୧୩ ଜୁନ ୩ ତାରିଖରେ ମିଳିଥିଲା। ୩ ପେଜ ବିଶିଷ୍ଟ ସୁଇସାଇଡ୍‌ ନୋଟରେ ଜିଆ ଉଲ୍ଲେଖ କରିଥିଲେ ଯେ, ସୁରଜଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ଥିଲା। ସୁରଜ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାରୁ ସେ ଚରମ ନିଷ୍ପତ୍ତି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri