ଶତାବ୍ଦୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର; ସ୍ତ୍ରୀଙ୍କୁ ଏତେ କୋଟି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସିଓଲ,୨୫।୭: ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦ ମିଲିୟନ ଡଲାର(୫୩୫୦ କୋଟିରୁ ଅଧିକ ଟଙ୍କା) ଦେବା ପାଇଁ ସିଓଲ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହା ଶତାବ୍ଦୀର ସବୁଠାରୁ ବଡ଼ ଛାଡ଼ପତ୍ର । ୧୯୮୮ରେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ରୋ ସୋ-ୟଙ୍ଗଙ୍କୁ ଚେ ବିବାହ କରିଥିଲେ । ୨୦୧୭ରେ ଅନ୍ୟ ଜଣେ ମହିଳାଙ୍କ ସହ ଚେଙ୍କ ସମ୍ପର୍କ ଏବଂ ତାଙ୍କର ଜଣେ ସନ୍ତାନ ଥିବା କଥା ପ୍ରକାଶ କରି ଛାଡ଼ପତ୍ର ମାମଲା ରୁଜୁ ହୋଇଥିଲା ।
ଏଆଇ କ୍ଷେତ୍ରରେ ଚେଙ୍କ କମ୍ପାନୀ ‘ଏସ୍‌କେ ହାଇନିକ୍ସ’ର ଶେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ବି ସର୍ବୋଚ୍ଚ ଅଦାଲତଙ୍କ ପୁନଃସମୀକ୍ଷା ନିର୍ଦ୍ଦେଶ ପରେ ଏହି ରାୟରେ ପ୍ରଥମ ରାୟ ତୁଳନାରେ ଆର୍ଥିକ କ୍ଷତିପୂରଣକୁ କିଛିଟା ହ୍ରାସ କରାଯାଇଛି ।

 

Dharitri – Odisha’s No.1 Odia Daily

Share