ସବୁଠୁ ମହଙ୍ଗା ଛାଡ଼ପତ୍ର: ପିତାଙ୍କ ପକ୍ଷରୁ ପୁଅ ମା’ଙ୍କୁ ଦେବେ ୭୬୦ କୋଟି ଟଙ୍କା, ଜାଣନ୍ତୁ ପୂରା ମାମଲା…

ଲଣ୍ଡନ,୨୬।୪: ଅଧିକାଂଶ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ଯେଉଁଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଭରଣପୋଷଣ ବାବଦ ବହୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ନଜିର ରହିଛି। ମାତ୍ର ବ୍ରିଟେନ୍‌ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ପୁଅ ମା’ଙ୍କୁ ୭୬୦ କୋଟି ଟଙ୍କା ଭରଣପୋଷଣ ବାବଦକୁ ଦେବେ। ଏହାକୁ ବ୍ରିଟେନରେ ସବୁଠୁ ମହଙ୍ଗା ଛାଡ଼ପତ୍ର କୁହାଯାଉଛି।

ଏପରି ନିଷ୍ପତ୍ତି ଲଣ୍ଡନର କୋର୍ଟ ଶୁଣାଇଛନ୍ତି। ଫରହାଦ-ତାତିୟାନ ନାମକ ଦମ୍ପତି ଏବଂ ତାଙ୍କ ପୁଅ ତୈମୁରଙ୍କ ସହ ଜଡ଼ିତ। ଜଜ୍‌ ତାଙ୍କ ନିଷ୍ପତ୍ତିରେ ପୁଅକୁ ବେଇମାନ କହିଛନ୍ତି। ଯିଏକି ବାପାଙ୍କ ସହାୟତାରେ ସବୁକିଛି କରୁଥିଲେ।

ତୈମୁର ଚାହୁଁଥିଲେ ତାଙ୍କ ପିତାଙ୍କ ସମ୍ପତ୍ତି ଭାଗ ନ ହେଉ। ତୈମୁର ତାଙ୍କ ପିତାଙ୍କ ସମ୍ପତ୍ତି ମା’ଙ୍କୁ ଲୁଚାଉଥିଲେ। ତୈମୁର କଲେଜରେ ପଢୁଥିବା ସମୟରେ ବ୍ୟବସାୟ କଲେ। ଯେଉଁଥିରେ ତାଙ୍କର କ୍ଷତି ହେଲା। ଜଜ୍‌ ତୈମୁରଙ୍କ ମା’ ତାତିୟାନାଙ୍କଠାରୁ ଶୁଣିବାକୁ ଚାହିଁଲେ। ତାତିୟାନା କହିଲେ ଲଣ୍ଡନରେ ଏକ ବିଳାସମୟ ଆପାର୍ଟମେଣ୍ଟ ରହିଛି। ଯେଉଁଟା ତାଙ୍କୁ ମିଳୁ। ଜଜ୍‌ ଏହା ଶୁଣିବା ପରେ ତୈମୁର ତାଙ୍କ ମା’ଙ୍କୁ ବର୍ତ୍ତମାନ ୧୦୦ ମିଲିୟନ ଡଲାର ଅର୍ଥାତ୍‌ ୭୬୦ କୋଟି ଟଙ୍କା ଭରଣପୋଷଣ ଦେବେ ବୋଲି ନିଷ୍ପତ୍ତି ଶୁଣାଇଥିଲେ।

Share