Categories: ଜାତୀୟ

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍ ଇନକ୍ୱାରି’ ତା’ର ପ୍ରାରମ୍ଭିକ ରିପୋର୍ଟ ଶୁକ୍ରବାର ପ୍ରଦାନ କରିଛି । ତେବେ ହେଲିକପ୍ଟରରେ ଯାନ୍ତ୍ରିକ ତୃଟି ଅବା ବେପରୁଆ ମନୋଭାବ ଯୋଗୁ ଏହା ଦୁର୍ଘଟଣା ହୋଇ ନ ଥିବା ସ୍ପଷ୍ଟ କରାଯାଇଛି । ଏହା ମଧ୍ୟ କୌଣସି ପ୍ରକାର ଯୋଜନା ବଦ୍ଧ ଦୁର୍ଘଟଣା ନୁହେଁ । ରିପୋର୍ଟରେ କୁହାଯାଇଛି କି ଖରାପ ପାଗ ଯୋଗୁ ବାଦଲ ମଧ୍ୟକୁ ପଶି ଯିବାରୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଟେକନିକାଲ ଭାଷାରେ ଏହାକୁ ସିଏଫଆଇଟି ଅର୍ଥାତ୍ କଣ୍ଟ୍ରୋଲ ଫ୍ଲାଇଟ ଇନଟୁ ଟେରେନ ବୋଲି କୁହାଯାଏ । ସୂଚନାଯୋଗ୍ୟ, ବାୟୁସେନାର ଏମ ଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

Share