Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରୌଜ୍‌ ଏଭିନ୍ୟୁ କୋର୍ଟ ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେ ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ। ମନୀଷ ସିସୋଡିଆ ବର୍ତ୍ତମାନ ଇଡିଙ୍କ ହେପାଜତରେ ଅଛନ୍ତି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Share